ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ, ଭୁବନେଶ୍ୱର ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ବଦଳି କରାଯାଇଛି। ୧୯୯୫ ବ୍ୟାଚର ଆଇପିଏସ୍‌ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ନୂଆ ପୋଲିସ କମିସନର ଭାବେ ନିଯୁକ୍ତି ଦିଆଯାଇଛି। ମଙ୍ଗଳବାର ସେ କମିସନର ଭାବେ ଦାୟିତ୍ୱ ନେବେ।

ସୌମେନ୍ଦ୍ର କ୍ରାଇମବ୍ରାଞ୍ଚ୍‌ ଅତିରକ୍ତ ପୋଲିସ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ରାଜ୍ୟ ସରକାର ଭରସା ରଖି ତାଙ୍କ ଉପରେ ଏତେ ବଡ଼ ଦାୟିତ୍ୱ ଦେଇଥିବାରୁ ସେ ନିଜ ଦାୟିତ୍ୱ ସୂଚାରୂରୂପେ ତୁଲାଇବେ ବୋଲି କହିଛନ୍ତି ସୌମେନ୍ଦ୍ର।

ଓଡ଼ିଆ ଆଇପିଏସ୍‌ ଅଫିସର ସୌମେନ୍ଦ୍ର ଆନ୍ନା ବିଶ୍ୱ ବିଦ୍ୟାଳୟରୁ ବି ଟେକ୍‌ ପାସ କରିବା ପରେ ଟାଟା ଇଞ୍ଜିନିୟରିଂରେ ୩ ବର୍ଷ ଚାକିରି କରିଥିଲେ। ଆଇପିଏସ ପାଇବା ପରେ ସେ ପୁରୀରେ ପ୍ରଥମେ ଅତିରିକ୍ତ ଏସ୍‌ପି ଭାବେ ନିଯୁକ୍ତି ପାଇଥିଲେ। ଏହାପରେ ପୁରୀ, ଗଞ୍ଜାମ, କଟକ, କେନ୍ଦୁଝର ଏସପି ଭାବେସେ କାମ କରିଥିଲେ। ଡିଆଇଜି ପଦୋନ୍ନତି ପାଇବା ପରେ ଦକ୍ଷିଣ ପଶ୍ଚିମାଞ୍ଚଳର ରେଞ୍ଜର ଦାୟିତ୍ୱ ନେଇ ସଫଳତା ପାଇଥିଲେ।

ଅନ୍ୟପଟେ ୧୯୯୦ ବ୍ୟାଚ୍‌ର ଆଇପିଏସ୍ ଅଫିସର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ପୋଲିସ ଗୃହ ନିର୍ମାଣ ନିଗମର ସିଏମ୍‌ଡି ଭାବେ ନୂଆ ନିଯୁକ୍ତି ମିଳିଛି। ସେହିଭଳି ପୋଲିସ ଗୃହ ନିର୍ମାଣ ନିଗମର ସିଏମଡି ଥିବା ୧୯୮୮ ବ୍ୟାଚର ଆଇପିଏସ ଅଫିସର ଏମ୍ ଅକ୍ଷୟଙ୍କୁ ଡିଜି ଫାୟାର ସର୍ଭିସ ଓ ହୋମ୍ ଗାର୍ଡ ଭାବେ ନିଯୁକ୍ତି ମିଳିଛି।

Comment