ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବଜାରରେ ପ୍ରବେଶ କରିଛି ‘ଏହା’ ବ୍ରାଣ୍ଡର ନୂଆ ପ୍ରଡକ୍ଟ ‘ଆପଲ୍ ଡ୍ରିଙ୍କ୍‌’। ରାଜ୍ୟର ଅଗ୍ରଣୀ ମୃଦୁ ପାନୀୟ କମ୍ପାନି ‘ଆଗ୍ରି ଲିଙ୍କ୍ ଫୁଡ୍ ପ୍ରୋସେସିଂ ପ୍ରାଇଭେଟ୍ ଲିମିଟେଡ୍’ ପକ୍ଷରୁ ଏହା ପ୍ରସ୍ତୁତ କରାଯାଇଛି।

ଭୁବନେଶ୍ୱରରେ ନିକଟରେ ଆୟୋଜିତ ‘ଏହା’ ବ୍ରାଣ୍ଡର ଡିଲର ମିଟ୍‌ କାର୍ଯ୍ୟକ୍ରମ ଅବସରରେ କମ୍ପାନିର ନିର୍ଦ୍ଦେଶିକା ଶର୍ମିଲି ମହାପାତ୍ର ଏହି ନୂଆ ପ୍ରଡକ୍ଟ ଶୁଭାରମ୍ଭ କରିଥିଲେ। ସେଓ ରସରୁ ପ୍ରସ୍ତୁତ ହୋଇଥିବା ଏହି ଡ୍ରିଙ୍କ୍‌ ଏବେ ଓଡ଼ିଶା ବଜାରରେ ଉପଲବ୍ଧ ହେବ।ପୂର୍ବରୁ ଲିଚୁ, ଆମ୍ଵ, ପିଜୁଳି, ମିକ୍ସଡ୍‌ ଫ୍ରୁଟ୍‌ ପଲ୍ପରୁ ପ୍ରସ୍ତୁତ ‘ଏହା’ ଡ୍ରିଙ୍କ୍‌ ବଜାରରେ ମିଳୁଥିଲା। ଗ୍ରାହକମାନଙ୍କ ଆଦର ମିଳିବା ପରେ ଏବେ ‘ଆପଲ୍ ଡ୍ରିଙ୍କ୍‌’ ପ୍ରସ୍ତୁତ କରାଯାଇଛି। ୧୬୦ ମିଲିଲିଟର ବିଶିଷ୍ଟ ଟେଟ୍ରା ପ୍ୟାକ୍‌ରେ ମିଳୁଥିବା ‘ଏହା’ ଆପଲ୍‌ ଡ୍ରିଙ୍କର ମୂଲ୍ୟ ରହିଛି ୧୦ ଟଙ୍କା।

ଏହି କାର୍ଯ୍ୟକ୍ରମରେ ଆଗ୍ରି ଲିଙ୍କର ପ୍ରତିଷ୍ଠାତା, ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଲେଫ୍ଟେନଣ୍ଟ କର୍ଣ୍ଣେଲ୍ ଅସିତ ମହାପାତ୍ର, ନିର୍ଦ୍ଦେଶିକା ଶର୍ମିଲି ମହାପାତ୍ର, ବ୍ରାଣ୍ଡିଂ ମୁଖ୍ୟ ଅରବିନ୍ଦ ମହାନ୍ତି ଏବଂ ସେଲ୍‌ସ ମୁଖ୍ୟ ପ୍ରଭାତ କୁମାର ନାୟକଙ୍କ ସହ କମ୍ପାନିର କର୍ମଚାରୀ ଓ ବିଭିନ୍ନ ସ୍ଥାନରୁ ଆସିଥିବା ଡିଲରମାନେ ଉପସ୍ଥିତ ଥିଲେ।

“ଚାଷୀଙ୍କ ସହ ଗ୍ରାହକମାନଙ୍କୁ ଯୋଡ଼ି ଉତ୍ତମମାନର ଡ୍ରିଙ୍କ୍‌ ପ୍ରସ୍ତୁତ କରିବା ଆମର ଲକ୍ଷ୍ୟ। ଫଳ ରସରୁ ଆମେ ଜୁସ୍‌ ପ୍ରସ୍ତୁତ କରୁଥିବାରୁ ‘ଏହା’ର ସ୍ୱତନ୍ତ୍ରତା ରହିଛି। ଆଗାମୀ ଦିନରେ ‘ଏହା’କୁ ଭାରତର ୧୦ଟି ଶ୍ରେଷ୍ଠ ମୃଦୁ ପାନୀୟ ବ୍ରାଣ୍ଡ ଭିତରେ ସାମିଲ୍ କରିବାକୁ କମ୍ପାନି ଲକ୍ଷ୍ୟ ରଖିଛି”, କହିଛନ୍ତି ଲେଫ୍ଟେନାଣ୍ଟ କର୍ଣ୍ଣେଲ୍ ଅସିତ ମହାପାତ୍ର।‘‘ବଜାରରେ ବିଭିନ୍ନ ବ୍ରାଣ୍ଡ ଓ ବିଭିନ୍ନ କିସମର ଡ୍ରିଙ୍କ୍‌ ମିଳୁଛି। ତେବେ ଅନେକ ଡ୍ରିଙ୍କରେ ବିଭିନ୍ନ ପ୍ରକାରର ରାସାୟନିକ ଦ୍ରବ୍ୟ ମିଶୁଥିବାରୁ ତାହା ପାଟିକୁ ସୁଆଦିଆ ଲାଗିଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହିତକର ନୁହେଁ। ତେଣୁ ଗ୍ରାହକମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ‘ଏହା’ ଡ୍ରିଙ୍କରେ କୌଣସି ପ୍ରକାର ପ୍ରିଜରଭେଟିଭ୍ ମିଶୁନାହିଁ’’, କହିଛନ୍ତି କମ୍ପାନିର ବ୍ରାଣ୍ଡିଂ ମୁଖ୍ୟ ଅରବିନ୍ଦ ମହାନ୍ତି।କମ୍ପାନିର ସେଲ୍‌ସ ମୁଖ୍ୟ ପ୍ରଭାତ କୁମାର ନାୟକ ଏହି ଅବସରରେ କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଡିଲରମାନେ ‘ଏହା’ ପ୍ରଡକ୍ଟକୁ ପ୍ରଶଂସା କରିଥିଲେ। ନୂଆ ପ୍ରଡକ୍ଟ ‘ଆପଲ୍‌ ଡ୍ରିଙ୍କ’ର ବଜାର ପ୍ରବେଶକୁ ନେଇ ସେମାନେ ଉତ୍ସାହିତ ଅଛନ୍ତି।

ସେହିପରି ‘ଏହା’ ଡ୍ରିଙ୍କର ଅନ୍ୟ ଏକ ସ୍ୱତନ୍ତ୍ରତା ହେଉଛି ଏଥିରେ ଆବଶ୍ୟକ ପରିମାଣର ‘ଭିଟାମିନ୍-ଏ’ ଏବଂ ‘ଭିଟାମିନ୍-ସି’ ସହିତ ଆଲୋଭେରା ମଧ୍ୟ ରହିଛି, ଯାହାକି ସ୍ୱାସ୍ଥ୍ୟ ପାଇଁ ଅଧିକ ହିତକର।

Comment