ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପୂର୍ତ୍ତି ଅବସରରେ ଶୁକ୍ରବାର ସାବରମତୀ ଆଶ୍ରମରୁ ‘ଆଜାଦୀ କା ଅମୃତ’ମହୋତ୍ସବର ଶୁଭରାମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ମହୋତ୍ସବ ଅଗଷ୍ଟ ୧୫ ଯାଏଁ ଚାଲିବ। ଲବଣ ଆଇନ ବିରୋଧରେ ୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖରେ ମହାତ୍ମା ଗାନ୍ଧୀ ୮୧ ଜଣ ପଦଯାତ୍ରୀଙ୍କ ସହିତ ସାବରମତୀ ଆଶ୍ରମରୁ ଦାଣ୍ଡି ମାର୍ଚ୍ଚ ଆରମ୍ଭ କରିଥିଲେ। ବାପୁଙ୍କ ଲବଣ ସତ୍ୟାଗ୍ରହର ସ୍ମୃତିରେ ଏହି ମହୋତ୍ସବକୁ ଆରମ୍ଭ କରାଯାଇଛି।
ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀ ଅହମ୍ମଦାବାଦର ସାବରମତୀ ଆଶ୍ରମ ଗସ୍ତ କରି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଏହି ମହୋତ୍ସବକୁ ଆରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି କହିଛନ୍ତି, “ଆଜିର ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ସାବରମତୀ ଆଶ୍ରମରୁ ଆରମ୍ଭ ହୋଇଛି, ଯେଉଁଠାରୁ ଦାଣ୍ଡି ମାର୍ଚ୍ଚ ଆରମ୍ଭ ହୋଇଥିଲା। ଏହି ପଦଯାତ୍ରା ଭାରତବାସୀଙ୍କ ମଧ୍ୟରେ ଗର୍ବ ଏବଂ ଆତ୍ମନିର୍ଭରତା ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ତେଣୁ ‘ଭୋକାଲ୍ ଫର୍ ଲୋକାଲ୍’କୁ ଗ୍ରହଣ କରିବା ହେଉଛି ବାପୁ ଏବଂ ଆମର ମହାନ ସ୍ୱାଧୀନତା ସଂଗ୍ରାମୀଙ୍କୁ ଏକ ଅଦ୍ଭୁତ ଶ୍ରଦ୍ଧାଞ୍ଜଳି।”
Today’s #AmritMahotsav programme begins from Sabarmati Ashram, from where the Dandi March began. The March had a key role in furthering a spirit of pride and Aatmanirbharta among India’s people. Going #VocalForLocal is a wonderful tribute to Bapu and our great freedom fighters.
— Narendra Modi (@narendramodi) March 12, 2021
ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଅପିଲ କରି କହିଛନ୍ତି, “ଏଣିକି ଲୋକମାନେ ଯେକୌଣସି ସ୍ଥାନୀୟ ଉତ୍ପାଦ କିଣିବା ପରେ ‘ଭୋକାଲ୍ ଫର୍ ଲୋକାଲ୍’ ଲେଖି ସୋସିଆଲ୍ ମିଡିଆରେ ପୋଷ୍ଟ କରନ୍ତୁ। ଏଥିପାଇଁ ସାବରମତୀ ଆଶ୍ରମର ମାଗନ୍ ନିବାସ ନିକଟରେ ଏକ ଚରଖା ସ୍ଥାପନ କରାଯିବ। ତେଣୁ ଯେତେବେଳେ ବି ଆତ୍ମନିର୍ଭରତା ସହିତ ଜଡିତ ଟୁଇଟ୍ କେହି କରିବେ ଏହି ଚରଖାଟି ପୂରା ଗୋଟେ ରାଉଣ୍ଡ ଘୁରିବ।