ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବ ଭାରତରେ ପ୍ରଥମଥର ପାଇଁ ସମ୍ ଅଲ୍ଟିମେଟ ମେଡିକେୟାରରେ ଡାଏଗ୍ନୋଷ୍ଟିକ୍ ଟୁଲ୍ ସ୍ଥାପନ ହେଲା। ଏହି ଟୁଲ୍ ଦ୍ଵାରା ବିଭିନ୍ନ ରୋଗୀଙ୍କର ଦୀର୍ଘ ଦିନର ଜଟିଳ ପାଦ ରୋଗ ଏବଂ ଗୋଇଠିର ଯନ୍ତ୍ରଣା, ମଧୁମେହ ଜନିତ ପାଦ ଏବଂ ଅନ୍ୟାନ୍ୟ ପରୀକ୍ଷା ନିରୀକ୍ଷା ଆଦି କରାଯାଇ ପାରିବ।

ବାରୋପେଡୋମେଟ୍ରିକ୍ ପ୍ଲାଟଫର୍ମ ନାମକ ଏହି ଯନ୍ତ୍ରରେ କ୍ୟାମେରା ସଂଯୋଗ ରହିଛି। ଏହା ପାଦ ଉପରେ ପଡୁଥିବା ଚାପ, ଷ୍ଟାବିଲୋମେଟ୍ରିକ୍, ଭିଡିଓଗ୍ରାଫିକ୍ ଏବଂ ବାୟୋମେକାନିକ୍ ପ୍ରକ୍ରିୟାରେ ଚାଲିବା ଭଙ୍ଗୀ ଓ ଶରୀରର ବିଭିନ୍ନ ଅଙ୍ଗର ଆପେକ୍ଷିକ ସ୍ଥିତିର ବିଶ୍ଳେଷଣ କରିଥାଏ।

ଏହା ପ୍ରେସର ଅଲ୍ସର୍, ଆବ୍‌ନର୍ମାଲ୍ ବଡି ପୋଶ୍ଚର, କେତେକ ଗେଟ ଡେଭିଏସନ୍, ଲୋୟର୍ ଲିମ୍ବ ଲେନ୍ଥ ଡିସ୍କି୍ରପାନ୍ସିସ୍, ସ୍ପାଇନାଲ୍ ଆଣ୍ଡ ନି ଆବନର୍ମାଲିଟି ଏବଂ ଶିଶୁମାନଙ୍କ କ୍ଷେତ୍ରରେ କେତେକ ଆଙ୍ଗୁଲାର୍ ଡିଫରମିଟିସ୍‌କୁ ଚିହ୍ନଟ କରିବାରେ ସକ୍ଷମ ହୋଇଥାଏ।

Comment