ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା(ଜେଏମ୍ଏମ୍)ରେ ଯୋଗ ଦେଇଛନ୍ତି। ଝାଡ଼ଖଣ୍ଡର ପରିବହନ ମନ୍ତ୍ରୀ ଚାମ୍ପାଇ ସୋରେନଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ପୂର୍ବରୁ ସେ ଏନ୍ସିପି ଓ ପରେ ବିଜେଡ଼ିରେ ଯୋଗ ଦେଇଥିଲେ।
ପ୍ରଥମେ ରାମଚନ୍ଦ୍ର ହାଁସଦା ଶୁକ୍ରବାର ନବୀନ ନିବାସରେ ପହଞ୍ଚି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ହାଁସଦା ୨୦୦୯ରେ ସାରସକଣା ନିର୍ବାଚନ ମଣ୍ଡଳୀରୁ ଏନ୍ସିପି ଟିକେଟ୍ରେ ବିଜୟୀ ହୋଇଥିଲେ। ୨୦୧୪ରେ ମୟୂରଭଞ୍ଜ ଲୋକସଭା ଆସନରୁ ବିଜେଡି ଟିକେଟ୍ ପାଇ ନିର୍ବାଚନ ଲଢ଼ି ବିଜୟ ହାସଲ କରିଥିଲେ।
ପୂର୍ବରୁ ଚିଟ୍ଫଣ୍ଡ ମାମଲାରେ ହାଁସଦା ଜେଲ୍ ଯାଇଥିଲେ। ଫଳରେ ତାଙ୍କୁ ବିଜେଡ଼ିରୁ ନିଲମ୍ବନ କରାଯାଇଥିଲା। ଜେଲ୍ରୁ ଫେରିବା ପରେ ସେ ସାଂଗଠନିକ କାର୍ଯ୍ୟରେ ସହଯୋଗ କରିଆସୁଥିଲେ। କିନ୍ତୁ ଦଳ ତରଫରୁ କୌଣସି ଆଗ୍ରହ ନଦେଖି ଶେଷରେ ଇସ୍ତଫା ଦେଇଛନ୍ତ ହାଁସଦା।


















