ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ଗସ୍ତ ଶେଷ କରି ଯିବା ପରେ ଏବେ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଓଡ଼ିଶା ଆସିବେ। ଆସନ୍ତା ମାସ ୨ ତାରିଖରେ ସେ ଦିନିକିଆ ଗସ୍ତରେ ଭୁବନେଶ୍ୱର ଆସିବେ। ଏହି ଅବସରରେ ସେ ଉତ୍କଳ ବିଶ୍ଵବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ  ମୁଖ୍ୟ ଅତିଥି ଭାବେ ଯୋଗ ଦେବାନେଇ ସୂଚନା ମିଳିଛି।

ଉପରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ଉତ୍କଳ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ପାଇଁ ପୂର୍ବରୁ ରାଷ୍ଟ୍ରପତିଙ୍କୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଅନୁରୋଧ କରାଯାଇଥିଲା। କିନ୍ତୁ କୌଣସି କାରଣରୁ ତାହା ସମ୍ଭବ ହୋଇ ନଥିଲା।

ଏବର୍ଷ ଉତ୍କଳ ବିଶ୍ଵବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ୧୮୦ ଶିକ୍ଷାର୍ଥୀଙ୍କୁ ପିଏଚ୍‌ଡି ଓ ଡିଲିଟ ପ୍ରଦାନ କରାଯିବ। ସେହିପରି ସମସ୍ତ ବିଭାଗର ଟପରମାନଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।

Comment