ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟର ବିଭିନ୍ନ ସ୍କୁଲରେ ୧୬୦୦ ବିଜ୍ଞାନ ଶିକ୍ଷକ ପଦ ଖାଲି ରହିଛି। ବିଧାନସଭାରେ ବୁଧବାର ଏହା ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ବିଜେପି ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଅର୍ଥରେ ରାଜ୍ୟର ୨୫୬୨ ସ୍କୁଲରେ ବିଜ୍ଞାନାଗାର ପ୍ରତିଷ୍ଠା କରାଯାଇଛି। କେନ୍ଦ୍ର ଏଥିପାଇଁ ୫୨୦ କୋଟି ଟଙ୍କା ଆର୍ଥିକ ଅନୁଦାନ ଦେଇଥିଲେ। ତା’ଛଡା ସିଏସଆର ପାଣ୍ଠି ଜରିଆରେ ଆଉ ୮୧୯ ସ୍କୁଲରେ ଲ୍ୟାବ ପ୍ରତିଷ୍ଠା ହେଉଛି।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟର ୧୦୦ ଆଦର୍ଶ ସ୍କୁଲରେ  ବିଜ୍ଞାନାଗାର ପ୍ରତିଷ୍ଠା ହୋଇଛି। ମୋ ସ୍କୁଲ କାର୍ଯ୍ୟକ୍ରମ ଜରିଆରେ ବାକି ୪୨୯ ସ୍କୁଲରେ ବିଜ୍ଞାନାଗାର ପ୍ରତିଷ୍ଠା କରାଯିବ।

Comment