ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଗତ କିଛି ଦିନ ହେଲା ବିବାହ ଭୋଜିରେ ୫୦୦ ଲୋକଙ୍କୁ ଅନୁମତି ଦିଆଯାଇଥିଲା ବେଳେ ଏବେ ପୁଣି ଏହି ସଂଖ୍ୟାକୁ ହ୍ରାସ କରାଯାଇ ୨୦୦ ରଖାଯାଇଛି। ଏହାସହିତ ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୫୦ ଲୋକଙ୍କୁ ଅନୁମତି ମିଳିବ।

କୋଭିଡ କଟକଣାକୁ କଡ଼ାକଡ଼ି କରିବାକୁ ଯାଇ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହି କଟକଣା ମାର୍ଚ୍ଚ ୨୬ ତାରିଖରୁ ଲାଗୁ ହେବ।

ତେବେ ଅନ୍ୟ କୌଣସି ରାଜନୈତିକ, ଧାର୍ମିକ କାର୍ଯ୍ୟକ୍ରମ ଲାଗି କେତେ ଲୋକଙ୍କୁ ଅନୁମତି ମିଳିବ ସେନେଇ କୌଣସି ସୂଚନା ଦିଆଯାଇନାହିଁ।

ସେହିପରି ବାହାଘର ଓ ଅନ୍ତ୍ୟେଷ୍ଟି କ୍ରିୟାରେ ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରକ୍ଷା କରିବା, ଥର୍ମାଲ ସ୍କାନିଂ ଓ ହାତ ଧୁଆକୁ ବାଧ୍ୟତାମୂଳକ କରାଯିବ। ଏଥିପାଇଁ ଆୟୋଜକ ସବୁ ବ୍ୟବସ୍ଥା କରିବେ। ସବୁ ଜିଲ୍ଲାପାଳ, ଏସ୍‌ପି, ମହାନଗର ନିଗମ କମିସନର ଓ ପୋଲିସ କମିସନର, କୋଭିଡ ଗାଇଡଲାଇନ ଠିକ ଭାବେ ପାଳନ ହେଉଛି କି ନାହିଁ ତଦାରଖ କରିବେ।

Comment