ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଲେଉଟାଣି ଏବେ ଓଡ଼ିଶାବାସୀଙ୍କୁ ଚିନ୍ତାରେ ପକାଇଛି। କିଛି ଦିନର ବ୍ୟବଧାନପରେ ପୁଣିଥରେ ରାଜ୍ୟରେ ଦୈନିକ ଚିହ୍ନଟ ହେଉଛନ୍ତି ୧୦୦ରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ। ଏସବୁକ ଦୃଷ୍ଟିରେ ରଖି, ଶ୍ରୀମନ୍ଦିରରେ ଜଗା ଦର୍ଶନ ଉପରେ କଟକଣା ଲାଗିବାପାରେ ବୋଲି ସୂଚନା ମିଳିଛି।

ମଙ୍ଗଳବାର ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆଗକୁ ହେବାକୁ ଥିବା ଅଗ୍ନ୍ୟୁତ୍ସବ, ଦୋଳ ପୂର୍ଣ୍ଣିମା ଓ କରୋନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ତେବେ ଶ୍ରୀମନ୍ଦିର ପ୍ରଶାସନ ଦିନ ଧାର୍ଯ୍ୟ ନକରିଥିଲେ ମଧ୍ୟ ସପ୍ତାହକୁ ଗୋଟିଏ ଦିନ ବନ୍ଦ ରଖିବାକୁ ନିଷ୍ପତ୍ତି କରାଯାଇଛି। କରୋନା ବୃଦ୍ଧିକୁ ଦେଖି ମନ୍ଦିର ବିଶୋଧନ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥବା ଜଣାପଡ଼ିଛି। ଆସନ୍ତା ସପ୍ତାହରୁ ଏହି ନିୟମ ଲାଗୁ ହୋଇପାରେ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧିକ୍ଷକ ଏବଂ ନିଯୋଗର ସଦସ୍ୟମାନେ ସାମିଲ ହୋଇଥିଲେ। ଦୁଇ ଦିନ ଭିତରେ ଏହି କଟକଣା ଉପରେ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଡକ୍ଟର କ୍ରିଷନ।

Comment