ଓଡ଼ିଶାଲାଇଭ୍‌ ବ୍ୟୁରୋniranjan Pattnaik

କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଥିବା ଚାଷୀ ମାର୍ଚ୍ଚ ୨୬ ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି। ଏହି ବନ୍ଦ ଡାକରାକୁ ଓଡ଼ିଶା କଂଗ୍ରେସ ସମର୍ଥନ କରିଛି। ଭାରତ ବନ୍ଦକୁ କିପରି ସଫଳ କରାଯିବ ସେଥିପାଇଁ କଂଗ୍ରେସ ଉଦ୍ୟମ କରିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ଏକ ଭିଡିଓ ବାର୍ତ୍ତା ଜାରି କରି ନିରଞ୍ଜନ କହିଛନ୍ତି ଯେ, ‘‘ଭାରତ ବନ୍ଦ ଡାକରାକୁ କଂଗ୍ରେସ ପୂର୍ଣ୍ଣ ସମର୍ଥନ କରିବ। ରାଜ୍ୟର ସବୁ ଜିଲ୍ଲାରେ କିଭଳି ବନ୍ଦ ସଫଳ ହେବ ସେନେଇ ସବୁ ଜିଲ୍ଲା ସଭାପତିମାନଙ୍କୁ ଅନୁରୋଧ କରାଯାଇଛି। ସେମାନଙ୍କୁ ବନ୍ଦ ପାଳନରେ ସହଯୋଗ କରିବାକୁ କୁହାଯାଇଛି’’।

ଅନ୍ୟପଟେ  ଶୁକ୍ରବାରକୁ ଚାଷୀ ଆନ୍ଦୋଳନକୁ ୪ ମାସ ପୂରୁଛି। ଦୀର୍ଘ ଦିନ ବିତିଯାଇଥିଲେ ବି ସରକାର ଚାଷୀଙ୍କ ଦାବି ପୂରଣ କରିନାହାନ୍ତି। ତେଣୁ କାଲିର ଭାରତ ବନ୍ଦ ଡାକରାକୁ ସଫଳ କରିବାକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଦେଶବାସୀଙ୍କୁ ଅପିଲ କରିଛି।

Comment