ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କଠାରୁ ଜରିମାନା ଆଦାୟ କରିପାରିବେ ଗ୍ରାଜୁଏଟ୍ କନେଷ୍ଟବଳ। ଏହି ନିୟମ ଟୁଇନ ସିଟି ପାଇଁ ଲାଗୁ କରାଯାଇଛି। ସଂଶୋଧିତ ମୋଟର ଯାନ ଅଧିନିୟମ ଅନୁସାରେ ଜରିମାନା ଆଦାୟ କରିବାକୁ ରାଜ୍ୟ ସରକାରଙ୍କ ତରଫରୁ କ୍ଷମତା ପ୍ରଦାନ କରାଯାଇଛି।

ପୂର୍ବରୁ ଟ୍ରାଫିକ ଉଲଙ୍ଘନକାରୀଙ୍କଠାରୁ ଜରିମାନା ଆଦାୟ କରିବାର କ୍ଷମତା କେବଳ ଏଏସ୍‌ଆଇ ଓ ଅଧିକାରୀମାନଙ୍କୁ ଦିଆଯାଇଥିଲା। କିନ୍ତୁ ଏବେ ଗ୍ରାଜୁଏଟ୍ ଶିକ୍ଷା ଲାଭ କରିଥିବା କନେଷ୍ଟବଳ ଏହି କାର୍ଯ୍ୟ କରିପାରିବେ।

ପୋଲିସ ଷ୍ଟେସନଗୁଡ଼ିକରେ ଏଏସ୍‌ଆଇ ଏବଂ ଉଚ୍ଚପଦସ୍ଥ ଅଧିକାରୀଙ୍କ ସଂଖ୍ୟା କମ୍ ଦର୍ଶାଇ ଟ୍ରାଫିକ ଉଲଙ୍ଘନକାରୀଙ୍କୁ ଦଣ୍ଡିତ କରିବା ପାଇଁ କନେଷ୍ଟବଳଙ୍କୁ ଏହି ଦାୟିତ୍ୱ ଦେବାକୁ ପୂର୍ବତନ କମିସନର ସୁଧାଂଶୁ ଷଡଙ୍ଗୀ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ରାଜ୍ୟ ସରକାର ସେହି ପ୍ରସ୍ତାବ ଉପରେ ବିଚାର କରି କନେଷ୍ଟବଳମାନଙ୍କୁ ଏହି କ୍ଷମତା ଦେଇଛନ୍ତି।

ବିଭିନ୍ନ ଥାନା ଓ ଟ୍ରାଫିକ ଥାନାଗୁଡ଼ିକରେ ଗ୍ରାଜୁଏଟ୍ କନେଷ୍ଟବଳ ଚିହ୍ନଟ କରାଯାଇ, ସେମାନଙ୍କୁ ତାଲିମ ଦିଆଯିବ। ଏହାପରେ ଅଧିକ ଇ-ଚାଲାଣ ମେସିନ ଯୋଗାଇ ଦେବା ପାଇଁ ପରିବହନ ବିଭାଗକୁ ଚିଠି ଲେଖିଛି କମିସନରେଟ ପୋଲିସ।

Comment