ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ରବିବାର ବନ୍ଦ ରହିବ ଜଗା ଦର୍ଶନ। କିଛି ଦିନର ବ୍ୟବଧାନପରେ ପୁଣିଥରେ ରାଜ୍ୟରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଏଭଳି ବନ୍ଦ ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ। ଆସନ୍ତା ସପ୍ତାହ ରବିବାର ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର।

୨୦୨୦ ବର୍ଷ କରୋନା ପାଇଁ ମନ୍ଦିରକୁ ବନ୍ଦ କରାଯାଇଥିଲା। ଦୀର୍ଘ ମାସର ବ୍ୟବଧାନପରେ ମନ୍ଦିର ଖୋଲିଥିଲେ ମଧ୍ୟ ରବିବାର ଦର୍ଶନ ବନ୍ଦ ରହୁଥିଲା। କିନ୍ତୁ ରାଜ୍ୟରେ କରୋନା ସଂକ୍ରମଣ କମିବା ପରେ ଦର୍ଶନ ବ୍ୟବସ୍ଥାରେ କୋହଳ କରାଯାଇ, ପ୍ରତିଦିନ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯାଉଥିଲା। ଏବେ ପୁଣି କରୋନା ସଂକ୍ରମଣକୁ ଦେଖି ରବିବାର ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ମହାପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହେଉଥିବାରୁ ସଂକ୍ରମଣର ଭୟ ରହିଛି। ତେଣୁ ଏହିଦିନ ମନ୍ଦିରକୁ ସାନିଟାଇଜ୍ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Comment