ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆନ୍ଧ୍ରପ୍ରଦେଶର ନେଲୁରୁ ଜିଲା ନିକଟ ବୁଛିରେଡିପାଲେମ ପଞ୍ଚାୟତର ଦାମରାମାଡୁଗୁ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମୋଟ ୮ ଜଣକ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ସୂଚନା ମିଳିଛି।

ଆନ୍ଧ୍ରପ୍ରଦେଶର ଶ୍ରୀସାଇଲାମ ଜୋତିର୍ଲିଙ୍ଗ ଦର୍ଶନ କରି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ରାତି ପ୍ରାୟ ୨ ଘଣ୍ଟା ସମୟରେ ରାସ୍ତା କଡରେ ଅଟକିଥିବା ଗୋଟିଏ ଟ୍ରକକୁ ଯାତ୍ରୀବାହୀ ମିନିବସଟି ଧକ୍କା ଦେଇଥିଲା। ଦୁର୍ଘଟଣା ସମୟରେ ମିନିବସ୍‌ରେ ୧୫ ଜଣ ଯାତ୍ରୀ ଯାତ୍ରା କରୁଥିଲେ।

ମୃତକଙ୍କ ମଧ୍ୟରେ ପାଞ୍ଚ ଜଣ ମହିଳା ଏବଂ ତିନି ଜଣ ପୁରୁଷ ରହିଛନ୍ତି। ଏହି ସମସ୍ତ ବ୍ୟକ୍ତି ତାମିଲନାଡୁର ବୋଲି ଜଣାପଡ଼ୁଛି। ଏମାନେ ଆନ୍ଧ୍ରପ୍ରଦେଶର ବିଭିନ୍ନ ମନ୍ଦିର ବୁଲିବା ପାଇଁ ଆସିଥିବା ଜଣାପଡିଛି।

Comment