ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାର୍ଚ୍ଚ ୩୧ ତାରିଖରେ ଓଡ଼ିଶା ସରକାରଙ୍କ ଖରିଫ ଧାନ କିଣା ଶେଷ ହୋଇଛି। ତଥ୍ୟ ଅନୁଯାୟୀ ଚଳିତ ବର୍ଷ ୬୩ ଲକ୍ଷ ମେଟ୍ରିକ ଟନ ଧାନ କିଣା ହୋଇଛି। ଗତ ବର୍ଷ ତୁଳନାରେ ଏହା ୧୮ ପ୍ରତିଶତ ଅଧିକ। ଖାଦ୍ୟ ଓ ଯୋଗାଣ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଗତ ବର୍ଷ ୩୧ ମାର୍ଚ୍ଚ ସୁଦ୍ଧା ୫୪ ଲକ୍ଷ ଟନ ଧାନ କିଣା ହୋଇଥିଲା।

ରାଜ୍ୟର ଅଧିକାଂଶ ଅସଲ ଚାଷୀଙ୍କଠାରୁ ଧାନ କିଣା ଯାଇନାହିଁ ବୋଲି ବିରୋଧୀ ଦଳର ଅଭିଯୋଗ ସତ୍ତ୍ୱେ ପ୍ରାୟ ୧୨ ଲକ୍ଷ ଚାଷୀ ଏ ବର୍ଷ ଧାନ ବିକ୍ରି କରିଥିଲେ। ବିରୋଧୀ ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ ଟୋକେନ୍ ବ୍ୟବସ୍ଥାରେ ତ୍ରୁଟି ଓ ମଣ୍ଡି ଗୁଡ଼ିକରେ ଅନିୟମିତତା କାରଣରୁ ଚାଷୀ ଠିକ ଭାବେ ଧାନ ବିକ୍ରି କରି ପାରିନଥିଲେ।

ଅଧିକାରୀ କହିଛନ୍ତି ଯେ ଧାନ କିଣା ବାବଦକୁ ସରକାର ଚାଷୀମାନଙ୍କ ଆକାଉଣ୍ଟକୁ ଏବର୍ଷ ୧୧୭୫୬ କୋଟି ଟଙ୍କା ପୈଠ କରିଥିବା ବେଳେ ଗତ ବର୍ଷ ୯୬୭୬ କୋଟି ଟଙ୍କା ଦିଆ ଯାଇଥିଲା।

Comment