ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ସନ୍ଧ୍ୟା ୭.୩୦ଟା ମଧ୍ୟରେ ଟୁଇନ୍ ସିଟି କଟକ ଓ ଭୁବନେଶ୍ଵରରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଣୁ ଲୋକମାନେ ଏହି ସମୟରେ ଆଲର୍ଟ ରହିବାକୁ ପାଣିପାଗ ବିଭାଗ ସତର୍କ କରାଇଛି।

ବିଜୁଳି ଘଡ଼ଘଡ଼ି ସହ ଟୁଇନ୍ ସିଟିରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି। ତେଣୁ ଆବଶ୍ୟକ ନଥିଲେ ଲୋକମାନେ ଘରୁ ନ ବାହାରନ୍ତୁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ପାରାଦ୍ଵୀପ ରାଡାରୁ ମିଳିଥିବା ତଥ୍ୟକୁ ଆଧାର କରି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ଆକଳନ କରାଯାଇଛି।

Comment