ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ରୁ ସର୍ବାଧିକ ୩୫୫ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ଖୋର୍ଦ୍ଧାରୁ ୧୯୩ ଜଣ ଚିହ୍ନଟ ହୋଇଛନ୍ତି। ଗତ ୫ ଦିନର ରିପୋର୍ଟ ଯଦି ଦେଖାଯାଏ, ତାହେଲେ ଏହି ୨ ଜିଲ୍ଲା କରୋନାର ହଟସ୍ପଟ ପାଲଟିଛି। କିନ୍ତୁ କାହିଁକି ଦ୍ୱିତୀୟ ଲହରରେ ଏହି ଦୁଇ ଜିଲ୍ଲାରେ ସଂକ୍ରମଣ ବ୍ୟାପି ଚାଲିଛି?

ସୁନ୍ଦରଗଡ଼ରେ ବଢ଼ୁଛି ସଂକ୍ରମଣ

ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ସଂକ୍ରମଣ ପ୍ରତିହତ ପାଇଁ ଜିଲ୍ଲା ପ୍ରଶାସନର ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଉଥିଲେ ବି ଜିଲ୍ଲାରେ ରେକର୍ଡ ସଂଖ୍ୟକ ପଜିଟିଭ ଚିହ୍ନଟ ହେଉଛନ୍ତି। ତେବେ ସୁନ୍ଦରଗଡ଼ କରୋନାରେ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ଛତିଶଗଡ଼ ଓ ଝାଡ଼ଖଣ୍ଡର ସୀମାନ୍ତ ଅଞ୍ଚଳ ହୋଇଥିବାରୁ ଏଠାରେ ସଂକ୍ରମଣ ବ୍ୟାପୁଥିବା କୁହାଯାଉଛି। କାରଣ ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ଏବେ କରୋନା ସ୍ଥିତି ବିସ୍ଫୋରକ ରହିଛି। ନିକଟରେ ଛତିଶଗଡ଼ରେ ଆୟୋଜିତ ହୋଇଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟର ବି କରୋନା ବୃଦ୍ଧିରେ ବଡ଼ ଭୂମିକା ରହିଛି। କାରଣ ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇଥିବା ଅଧିକାଂଶ ଖେଳାଳି ଓ ଦର୍ଶକ କରୋନା ସଂକ୍ରମିତ ହୋଇଛନ୍ତି।

ଖୋର୍ଦ୍ଧାରେ ଚିନ୍ତା ବଢ଼ୁଉଛନ୍ତି କି ପ୍ରବାସୀ?

ଯଦି ପଡ଼ୋଶୀ ଝାଡଖଣ୍ଡ, ବିହାର ଓ ଛତିଶଗଡ଼ ସହିତ ଓଡ଼ିଶାକୁ ତୁଳନା କରାଯାଏ ଗୋଟିଏ କଥା ଆଖିରେ ପଡ଼ିବ ଯେ, ଏହି ସବୁ ରାଜ୍ୟକୁ ଯେଉଁ ପ୍ରବାସୀ ଫେରୁଛନ୍ତି ସେମାନେ ମୁଖ୍ୟତଃ ରାଜ୍ୟ ରାଜଧାନୀକୁ ଭୁବନେଶ୍ୱରକୁ ହିଁ ଆସନ୍ତି। ପ୍ରତିଦିନ ରାଜ୍ୟ ବାହାରୁ ଲୋକଙ୍କର ଯିବା ଆସିବା ଲାଗି ରହିଥାଏ। ତେଣୁ ଖୋର୍ଦ୍ଧାରେ ସଂକ୍ରମଣ ବଢ଼ିବା ପଛରେ ଏହା ହିଁ କାରଣ ବୋଲି କୁହାଯାଉଛି। ଅନ୍ୟପଟେ ବାହାର ରାଜ୍ୟରୁ ଯେଉଁ ଲୋକ ଆସୁଛନ୍ତି, ସେମାନଙ୍କ ମଧ୍ୟରେ ଭୁବନେଶ୍ୱରରୁ ସବୁଡୁ ଅଧିକ ଥିବା ଦେଖିବାକୁ ମିଳୁଛି।

ସୁନ୍ଦରଗଡ଼ର କରୋନା ଚିତ୍ର

ମାର୍ଚ୍ଚ ୧୦ରେ  – ୩୫୫ ନୂଆ ଆକ୍ରାନ୍ତ

ମାର୍ଚ୍ଚ ୯ରେ – ୨୨୪

ମାର୍ଚ୍ଚ ୮ରେ- ୧୩୧

ମାର୍ଚ୍ଚ ୭ରେ – ୧୪୭

ମାର୍ଚ୍ଚ ୬ରେ- ୮୪

ଜିଲ୍ଲାରେ ଏବେ ସୁଦ୍ଧା ୧୭ ହଜାର ୪୧୦ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫ ହଜାର ୯୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିଲା ବେଳେ ୧ ହଜାର ୨୭୨ ଆକ୍ଟିଭ୍‌ କେସ୍‌ ରହିଛି।COVID19 new guideline

ଖୋର୍ଦ୍ଧାର କରୋନା ଚିତ୍ର

ମାର୍ଚ୍ଚ ୧୦ରେ – ୧୯୩ ନୂଆ ଆକ୍ରାନ୍ତ

ମାର୍ଚ୍ଚ ୯ରେ –  ୧୯୨

ମାର୍ଚ୍ଚ ୮ରେ – ୧୪୪

ମାର୍ଚ୍ଚ ୭ରେ – ୧୧୮

ମାର୍ଚ୍ଚ ୬ରେ-  ୧୦୫

ଖୋର୍ଦ୍ଧା ଜିଲ୍ଲାରେ ଏବେ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୫୪ ହଜାର ୮୪୫ରେ ପହଞ୍ଚିଛି। ଏଥରୁ ୫୩ ହଜାର ୪୦୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିଲା ବେଳେ  ୧୦୮୯ ଆକ୍ଟିଭ୍‌ କେସ୍‌ ରହିଛି।

 ରାଜ୍ୟରେ ୧୪ ଦିନିଆ ମାସ୍କ ଅଭିଯାନ

ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି। ଏଣୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସଚେତନ ରହିବାକୁ କହିଥିଲେ। ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଥିଲେ,‘‘ଦ୍ୱିତୀୟ ଲହର କରୋନା ସଂକ୍ରମଣ ଶୀଘ୍ର ବ୍ୟାପୁଛି। ବିଭିନ୍ନ ରାଜ୍ୟ ଲକଡାଉନ, ନାଇଟ କର୍ଫ୍ୟୁ ଭଳି କଟକଣା ଆପଣେଇଲେଣି। ଆମେ କୋଭିଡ ନିୟମ ମାନିଲେ ସଂକ୍ରମଣକୁ ରୋକିପାରିବା। ଏଣୁ ଆଗାମୀ ୧୪ ଦିନ ଯାଏଁ ମାସ୍କ ଅଭିଯାନ ଆରମ୍ଭ କରିବା। ବିନା ମାସ୍କରେ ଘରୁ ବାହାରିବା ନାହିଁ ବୋଲି ସଂକଳ୍ପ ନେବ’’।

Comment