ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ ନିୟମକୁ ବେଖାତିର କରୁଛନ୍ତି କି? ଗାଡ଼ି ଚଳାଇବା ସମୟରେ କିମ୍ବା ଗମନାଗମନ ସମୟରେ ମୁହଁରେ ମାସ୍କ ପିନ୍ଧୁ ନାହାଁନ୍ତି କି? ଯଦି କେହି ଗାଇଡଲାଇନ ମାନୁନାହାଁନ୍ତି, ତେବେ ହୋଇଯାଆନ୍ତୁ ସତର୍କ।

ଏଣିକି ସିସିଟିଭି ଆଧାରରେ କରୋନା ନିୟମ ଉଲଙ୍ଘନକାରୀଙ୍କ ଠାରୁ ଫାଇନ ଆଦାୟ କରିବ ପୋଲିସ। ଫୁଟେଜ୍ ଦେଖି ନିୟମ ଉଲଙ୍ଘନ କରାଯାଉଥିବା ସ୍ଥାନରେ ପୋଲିସ ପହଞ୍ଚିବ। ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଏନେଇ ଆଜି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ।

ଭୁବନେଶ୍ୱରରେ କରୋନା କଟକଣା ନିୟମକୁ ଆହୁରି କଡ଼ାକଡ଼ି ପାଳନ କରାଯିବ। ଯେଉଁ ଅଞ୍ଚଳରେ ଲୋକମାନେ ସଠିକ୍ ଭାବରେ ମାସ୍କ ପିନ୍ଧୁ ନାହାଁନ୍ତି ଏବଂ ସାମାଜିକ ଦୂରତା ରକ୍ଷା କରୁନାହାଁନ୍ତି, ସେମାନଙ୍କ ଉପରେ ସିସିଟିଭି ଜରିଆରେ ନଜର ରଖାଯିବ। ଫୁଟେଜ୍‌କୁ ଆଧାର କରି ଅମାନିଆଙ୍କଠାରୁ ନିର୍ଦ୍ଧାରିତ ନୂଆ ଫାଇନ ମୂଲ୍ୟ ଆଦାୟ କରାଯିବ। ରାଜଧାନୀରେ ବଢ଼ୁଥିବା ସଂକ୍ରମଣ ରୋକିବାକୁ ଏହା ହେଉଛି କମିସନରେଟ ପୋଲିସର ନୂଆ ପଦକ୍ଷେପ।

ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, “କରୋନାର ଦ୍ୱିତୀୟ ଲହର ଖୁବ୍ କ୍ଷୀପ୍ର ଗତିରେ ବ୍ୟାପିବାରେ ଲାଗିଛି। ତେଣୁ କରୋନା ଚେନ୍‌କୁ ଭାଙ୍ଗିବାକୁ ରାଜ୍ୟରେ ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ମାସ୍କ ଅଭିଯାନ ଜାରି ରହିବ। ଘରୁ ବାହାରକୁ ବାହାରୁ ଥିବା ପ୍ରତ୍ୟେକ ବ୍ୟକ୍ତି ମୁହଁରେ ମାସ୍କ ପିନ୍ଧିବେ।”

Comment