ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ଭକ୍ତଙ୍କ ପାଇଁ ବନ୍ଦ ହେଲା ଧାର୍ମିକ ଅନୁଷ୍ଠାନ। ରାଜଧାନୀ ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନ ପାଇଁ କୋଭିଡ ନିୟମ କଡ଼ାକଡ଼ି କରାଯାଇଛି। ଧର୍ମାନୁଷ୍ଠାନ ତଥା ମନ୍ଦିର, ମସଜିଦ୍‌, ଗୀର୍ଜାକୁ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲଗାଇଛି ଭୁବନେଶ୍ୱର ମହାନଗର ନିଗମ।

କରୋନା ସଂକ୍ରମଣର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏନେଇ ବିଏମସି କମିସନର ପ୍ରେମଚନ୍ଦ୍ର ଚଉଧାରୀ ସୂଚନା ଦେଇଛନ୍ତି। ଧର୍ମାନୁଷ୍ଠାନରେ କେବଳ ରୀତିକାନ୍ତି ଅନୁଷ୍ଠିତ ହେବ ବୋଲି କୁହାଯାଇଛି।

୨୦୨୦, ମାର୍ଚ୍ଚ ମାସରେ କରୋନା କାୟା ବିସ୍ତାର କରିବା ପରେ ଦେଶବ୍ୟାପୀ ସବୁ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା। କୋଭିଡ ସ୍ଥିତିରେ ସୁଧାର ଆସିବା ପରେ ପର୍ଯ୍ୟାୟକ୍ରମେ ବିଭିନ୍ନ ସ୍ଥାନରେ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଅନୁମତି ମିଳିଥିଲା। ଓଡ଼ିଶାରେ ମଧ୍ୟ ସମସ୍ତ ଧର୍ମାନୁଷ୍ଠାନ ଭକ୍ତ ପାଇଁ ଖୋଲିଥିଲା। ଏବେ କରୋନା ପୁଣି ଫେରିବା ପରେ କଟକଣାକୁ ମଧ୍ୟ କଡ଼କଡ଼ି କରାଯାଇଛି।

Comment