ଓଡ଼ିଶାଲାଇଭ୍ ବ୍ୟୁରୋ

ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ମଙ୍ଗଳବାର ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି।

ଟୁଇଟରେ ରାହୁଲ କହିଛନ୍ତି ଯେ ତାଙ୍କଠାରେ କରୋନାର କିଛି ଲକ୍ଷଣ ଦେଖାଯିବା ପରେ ସେ ନିଜର ପରୀକ୍ଷା କରାଇଥିଲେ ଏବଂ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି। ତେଣୁ ନିକଟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଆଇସୋଲେସନରେ ରହିବା ସହିତ ନିଜର କୋଭିଡ୍ ପରୀକ୍ଷା କରାଇ ନିଅନ୍ତୁ।

ରାହୁଲଙ୍କ ପୂର୍ବରୁ ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂହଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା।

Comment