ଓଡ଼ିଶାଲାଇଭ୍ ବ୍ୟୁରୋ

ସଟଡାଉନ୍ ବେଳେ ରାଜଧାନୀ ଭୁବନେଶ୍ଵରରେ ଘରେ ଘରେ ପହଞ୍ଚିପାରିବ ମାଛ, ମାଂସ, ଅଣ୍ଡା ଏବଂ ଦୁଗ୍ଧଜାତ ସାମଗ୍ରୀ। ଚିଲିକା ଫ୍ରେସ୍‌ ମାଧ୍ୟମରେ ମାଛ, ଓପୋଲଫେଡ୍‌ ମାଧ୍ୟମରେ କୁକୁଡ଼ା ମାଂସ ଓ ଅଣ୍ଡା ଏବଂ ଓମ୍‌ଫେଡ୍‌ ମାଧ୍ୟମରେ ଦୁଗ୍ଧଜା‌ତ ସାମଗ୍ରୀ ସହରବାସୀଙ୍କୁ ଯୋଗାଇ ଦିଆଯିବ। ଏଥିପାଇଁ ବିଏମ୍‌ସି ପକ୍ଷରୁ ନମ୍ବର ଜାରି କରାଯାଇଛି।

ମାଛ, ମାଂସ ଓ ଅଣ୍ଡା ଲାଗି ଗ୍ରାହକମାନେ ସକାଳ ୭ଟାରୁ ୯ଟା ଓ ଅପରାହ୍‌ଣ ୧ଟାରୁ ୩ଟା ମଧ୍ୟରେ ଅର୍ଡର କରିପାରିବେ ଏବଂ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଓ ଅପରାହ୍‌ଣ ୪ଟାରୁ ୬ଟା ମଧ୍ୟରେ ସାମଗ୍ରୀ ପହଞ୍ଚିବ। ଗ୍ରାହକମାନଙ୍କୁ ସର୍ବନିମ୍ନ ୪୯୯ ଟଙ୍କାର ଅର୍ଡର କରିବାକୁ ହେବ। ଏଥିସହ ପରିବହନ ବାବଦରେ ୫୦ ଟଙ୍କା ଦେବାକୁ ପଡ଼ିବ।

ସେହିପରି ଦୁଗ୍ଧଜାତ ସାମଗ୍ରୀ ପାଇଁ ଗ୍ରାହକମାନେ ସକାଳ ୬ଟାରୁ ସନ୍ଧ୍ୟା ୪ଟା ମଧ୍ୟରେ ଅର୍ଡର କରିପାରିବେ। ଗ୍ରାହକଙ୍କୁ ସର୍ବନିମ୍ନ ୧୦୦ ଟଙ୍କାର ଅର୍ଡର କରିବାକୁ ହେବ। ଏଥିସହ ପରିବହନ ବାବଦରେ ଅତିରିକ୍ତ ୩୦ ଟଙ୍କା ଦେବାକୁ ପଡ଼ିବ। ଓମ୍‌ଫେଡ୍ ଦୁଗ୍ଧଜାତ ସାମଗ୍ରୀ ନିମନ୍ତେ ସ୍ଵିଗି ଜରିଆରେ ମଧ୍ୟ ଅର୍ଡର ଗ୍ରହଣ କରାଯିବ।

ମାଛ ଅର୍ଡର କରିବାକୁ ଚାହୁଁଥିଲେ

ଚିଲିକା ଫ୍ରେସ୍‌ରୁ ଅର୍ଡର କରିପାରିବେ। ଅର୍ଡର କରିବା ପାଇଁ ନମ୍ଵର ହେଲା –

  • ଶିରିପୁର – ୯୦୪୦୧୪୪୦୬୫
  • ସିଆରପି ଛକ -୯୮୬୧୫୧୧୧୯୮
  • ସହିଦନଗର – ୮୨୪୯୫୯୯୭୩୩
  • ଏଜିଏମ୍ – ୯୪୩୯୮୮୯୪୯୧

ମାଂସ ଓ ଅଣ୍ଡା ଅର୍ଡର କରିବାକୁ ଚାହୁଁଥିଲେ

ଓପୋଲଫେଡ୍‌ରୁ ଅର୍ଡର କରିପାରିବେ। ଅର୍ଡର କରିବା ପାଇଁ ନମ୍ଵର ହେଲା –

  • ସହିଦନଗର – ୮୪୮୦୨୨୬୦୮୬ / ୭୮୭୩୫୫୮୮୩୩
  • ଆଇଆରସି ଭିଲେଜ୍‌ – ୯୪୩୯୩୪୯୫୨୧ / ୯୯୩୮୫୧୩୮୨୯
  • ଓୟୁଏଟି କ୍ୟାମ୍ପସ୍ – ୭୮୭୩୦୦୯୬୧୯ / ୯୪୩୮୫୮୪୪୪୬
  • ଚନ୍ଦ୍ରଶେଖପୁର – ୯୫୮୩୨୩୬୨୨୯ / ୮୦୯୩୬୨୪୨୭୪

ଦୁଗ୍ଧଜାତ ସାମଗ୍ରୀ ଅର୍ଡର କରିବାକୁ ଚାହୁଁଥିଲେ

ଓମ୍‌ଫେଡ୍‌ରୁ ଅର୍ଡର କରିପାରିବେ। କିମ୍ଵା ସ୍ଵିଗି ଜରିଆରେ ମଧ୍ୟ ଅର୍ଡର କରିପାରିବେ। ଅର୍ଡର ପାଇଁ ନମ୍ଵର ହେଲା

  • ୯୪୩୭୧୩୧୯୪୯
  • ୯୪୩୯୭୧୮୧୫୧
  • ୭୦୦୮୨୬୭୨୭୬
  • ୯୪୩୯୯୨୩୬୮୯

Comment