ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାର ଦ୍ୱିତୀୟ ଲହର ସଂକ୍ରମଣରେ ରାଜ୍ୟର ଅନେକ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି। ଆଜି ଆଉ ଜଣେ ସାମ୍ବାଦିକା କରୋନାରେ ଆଖି ବୁଜିଛନ୍ତି। ସଂକ୍ରମିତ ହେବାପରେ ସେ ଭୁବନେଶ୍ୱରର ଏମ୍‌ସରେ ଚିକିତ୍ସା ହେଉଥିଲେ। କିନ୍ତୁ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନଆସିବାରୁ, ମଙ୍ଗଳବାର ତାଙ୍କର ଦେହାନ୍ତ ହୋଇଛି। ସାମ୍ବାଦିକା ଜଣଙ୍କ ହେଉଛନ୍ତି ସବନମ୍ ସିରିନ। ସେ ସୋଆର ରେଡିଓ ଷ୍ଟେସନ ୯୦.୪ରେ କାର୍ଯ୍ୟରତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୩୮ବର୍ଷ ବୟସ ହୋଇଥିଲା।

ସବନମ୍ ମାଇକ୍ରୋବାଓଲୋଜିରେ ସ୍ନାତକ ହାସଲ କରିବାପରେ ସାମ୍ବାଦିକତା କରିଥିଲେ। ସୋଆ ରେଡିଓରେ କାମ କରିବା ପୂର୍ବରୁ ସେ କନକ ନ୍ୟୁଜ, ନ୍ୟୁଜ ସେଭେନ, ଏସ୍ ଟିଭି, ଓଡ଼ିଆ ଦୈନିକ ଖବରକାଗଜ ପର୍ଯ୍ୟବେକ୍ଷକରେ କାର୍ଯ୍ୟ କରିସାରିଛନ୍ତି। ଦୂରଦର୍ଶନ ଚ୍ୟାନେଲରେ ଜଣେ ଜଣାଶୁଣା ସାମ୍ବାଦିକା ଭାବେ ମଧ୍ୟ ସେ ପରିଚିତ ଥିଲେ। ତାଙ୍କର ଦେହାନ୍ତରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି।

କିଛି ଦିନ ପୂର୍ବରୁ ସମ୍ବଲପୁରର ବରିଷ୍ଠ ସାମ୍ବାଦିକ ମାନସ ରଞ୍ଜନ ଜୟପୁରୀଆ, ଅମଜନ୍ ବାଦ୍‌ଶାହା, ଗୋବିନ୍ଦ ବେହେରା, ମନୋଜ କୁମାର ସାହୁ, କରୁଣାକର ସାହୁ ଇତ୍ୟାଦି ଅନେକ ସାମ୍ବାଦିକଙ୍କ କରୋନାରେ ମୃତ୍ୟୁ ହୋଇଛି। ତଥ୍ୟ ଅନୁସାରେ ଦେଶରେ ୧୦୦ରୁ ଊର୍ଦ୍ଧ୍ୱ ସାମ୍ବାଦିକ କରୋନାରେ ଆଖି ବୁଜିଛନ୍ତି।

LEAVE A REPLY

Please enter your comment!
Please enter your name here