ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉଭୟ କଟକ ଓ ଭୁବନେଶ୍ୱରର ବରିଷ୍ଠ ନାଗରିକଙ୍କ ପାଇଁ କମିସନରେଟ୍‌ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି। ଏହି ନମ୍ବର ଟି ହେଲା ୮୦୯୩୦୨୮୧୦୦।

ଏହି ନମ୍ବର ଜରିଆରେ ଲକ୍‌ଡାଉନ ଓ ସଟ୍‌ଡାଉନ ବେଳେ ବରିଷ୍ଠ ନାଗରିକମାନେ କିଭଳି ସୁରକ୍ଷିତ ରହିପାରିବେ ତାହା ଉପରେ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ।

ଯଦି କୌଣସି ବରିଷ୍ଠ ନାଗରିକଙ୍କର କିଛି ସମସ୍ୟା ଉପୁଜେ ଏହି ନମ୍ବରକୁ ଫୋନ କଲେ ସାଙ୍ଗେ ସାଙ୍ଗେ ପକ୍ଷରୁ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି ପୁଲିସ କମିଶନର।ତାଙ୍କ କହିବା ଅନୁଯାୟୀ ଇତି ମଧ୍ୟରେ ୨୫,୦୦୦ରୁ ଅଧିକ ବରିଷ୍ଠ ନାଗରିକ ସେମାନଙ୍କର ନାମ ପଞ୍ଜୀକରଣ କରି ସାରିଛନ୍ତି। ଦୈନିକ ପ୍ରାୟ ୮୦ଜଣ ବରିଷ୍ଠ ନାଗରିକଙ୍କ ସହ ପୋଲିସର କଥାବାର୍ତ୍ତା ହେଉଛି ବୋଲି କମିସନର କହିଛନ୍ତି।

LEAVE A REPLY

Please enter your comment!
Please enter your name here