ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇଏଏସ୍ ସ୍ତରରେ ବୁଧବାର ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ଫଳରେ ଭୁବନେଶ୍ୱର ମହାନଗର ନିଗମର କମିସନର ପ୍ରେମଚନ୍ଦ୍ର ଚଉଧାରୀଙ୍କ ବଦଳି ହୋଇଛି। ତାଙ୍କ ସ୍ଥାନରେ ୧୯୯୭ ବ୍ୟାଚ୍‌ ଆଇଏଏସ୍‌ ଅଫିସର ସଞ୍ଜୟ ସିଂହଙ୍କୁ ବିଏମ୍‌ସିର ନୂଆ କମିସନର ଭାବେ ନିଯୁକ୍ତ କରାଯାଇଛି। ଏହାସହିତ ତାଙ୍କୁ ବିଡିଏ ଉପାଧ୍ୟକ୍ଷ, ସ୍ମାର୍ଟ ସିଟି ସିଇଓ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ସଞ୍ଜୟ ସିଂହ ଏବେ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ସଚିବ ଅଛନ୍ତି। ଏବେ ବିଏମ୍‌ସି କମିସନର ଥିବା ପ୍ରେମଚନ୍ଦ୍ର ଚଉଧାରୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସ୍‌ଡି ଦାୟିତ୍ୱ ଦିଆଯାଇଛି।

ସେହିପରି ଶିଳ୍ପ ସଚିବ ଥିବା ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ସଚିବ ଭାବେ ଅତିରକ୍ତ ଦାୟିତ୍ୱ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସଚିବ ଥିବା ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ, କ୍ରିଷନ କୁମାରଙ୍କୁ ଇଡକୋ ସିଏମ୍‌ଡି ଭାବେ ନିଯୁକ୍ତି ଦିଆଯାଇଛି।  କ୍ରିଷନ କୁମାର ଏବେ ପୂର୍ତ୍ତ ବିଭାଗ ସଚିବ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଛନ୍ତି।

ହଠାତ୍‌ ଆଇଏଏସ୍‌ ସ୍ତରରେ ରାଜ୍ୟ ସରକାରଙ୍କ ଅଦଳ ବଦଳକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here