ଓଡ଼ିଶାଲାଇଭ୍ ବ୍ୟୁରୋ

ବିଭିନ୍ନ ବର୍ଗର କାର୍ଯ୍ୟରତ କର୍ମଚାରୀଙ୍କୁ ସମ୍ମୁଖ ଯୋଦ୍ଧାର ମାନ୍ୟତା ମିଳିଛି। ଏଥିରେ ଉଭୟ ସରକାରୀ ଓ ବେସରକାରୀ ସଂସ୍ଥାର କର୍ମଚାରୀମାନେ ରହିଛନ୍ତି। ମେ’୬ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ ସ୍କ୍ରିନିଂ କମିଟି ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା।

କରୋନା ଟିକାକରଣରେ ଆଉ କିଛି ବିଭାଗର କର୍ମଚାରୀଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ ଏବଂ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍ତି।ବନ ବିଭାଗ କର୍ମଚାରୀ ଏବଂ ଫରେଷ୍ଟ ଗାର୍ଡ, ବ୍ୟାଙ୍କିଂ ଷ୍ଟାଫ୍, ଜୀବନ ବୀମା କମ୍ପାନୀ, ଆର୍ଥିକ ନେଣଦେଣ ସଂସ୍ଥାର କର୍ମଚାରୀ, ଏଟିଏମ୍ ପରିଚାଳନାରେ ଜଡ଼଼ିତ କର୍ମଚାରୀ, ରେଲୱେ ଷ୍ଟାଫ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଚାଇଲ୍ଡ ଲାଇନ୍ କର୍ମଚାରୀ, ୧୮୧ ହେଲ୍ପଲାଇନ୍ କର୍ମଚାରୀ, ୱାନ୍ ଷ୍ଟପ୍ ସେଣ୍ଟର କର୍ମଚାରୀ, ଅକ୍ସିଜେନ୍ ପ୍ଲାଣ୍ଟ କର୍ମଚାରୀ, ଫିଲିଂ ଷ୍ଟେସନ୍ କର୍ମଚାରୀ, କଲ୍ ସେଣ୍ଟର କର୍ମଚାରୀମାନେ ସମ୍ମୁଖ ଯୋଦ୍ଧାର ମାନ୍ୟତା ପାଇଛନ୍ତି।

ଏମାନଙ୍କ ସହ ସରକାରୀ ପଶୁ ଡାକ୍ତର, ଲାଇଭ୍ ଷ୍ଟକ ଇନସ୍ପେକଟର୍‌, ପାରା-ଭେଟେନାରିଆନଙ୍କୁ ମଧ୍ୟ ଆଗଧାଡ଼ି କର୍ମଚାରୀ ଭାବେ କୋଭିଡ୍ ଟିକାକରଣରେ ପ୍ରାଥମିକତା ଦିଆଯିବ। ତେବେ ପ୍ରଥମେ ଦ୍ୱିତୀୟ ଡୋଜ୍ ଟିକା ପାଇଁ ଅପେକ୍ଷା କରିଥିବା ବ୍ୟକ୍ତିଙ୍କୁ ଟିକା ଦିଆଯିବ। ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣରେ ଟିକା ଆସିବାପରେ ଏହି କର୍ମଚାରୀମାନଙ୍କୁ ଟିକାକରଣ କରାଯିବ।

Comment