ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

‘‘ସ୍କୁଲ ସମୟରେ ମୋର ପ୍ରଥମ ପିରିୟଡସ ହୋଇଥିଲା। ତା’ ଆଗରୁ ଏ ବିଷୟରେ ମୁଁ କିଛି ଜାଣିନଥିଲି। ପିରିୟଡସ ହେବାରୁ ମୁଁ ସମସ୍ତଙ୍କ ଉପରେ ରାଗିଥିଲି। ପରେ ମତେ ସମସ୍ତେ ବୁଝେଇଥିଲେ ପିରିୟଡସ କ’ଣ, କାହିଁକି ହୁଏ? ପିରିୟଡସ ବିଷୟରେ ଝିଅମାନେ ଜାଣିବା ଦରକାର’’ କହିଛନ୍ତି ସମାଜସେବୀ ତଥା ସ୍ୱାଭିମାନର ପ୍ରତିଷ୍ଠାତା ଡକ୍ଟର ଶ୍ରୁତି ମହାପାତ୍ର।

ପିରିୟଡ୍‌ସ ସମୟରେ କିପରି ସ୍ଵଚ୍ଛତା ପ୍ରତି ଧ୍ୟାନ ରଖିବେ ତଥା ପିରିୟଡ୍‌ସ ସହ ଜଡ଼ିତ ସ୍ଵାସ୍ଥ୍ୟ ସମସ୍ୟା ପ୍ରତି ସଚେତନତା ସୃଷ୍ଟି କରିବା ଦିଗରେ ପ୍ରତି ବର୍ଷ ମେ ୨୮ ତାରିଖକୁ ବିଶ୍ଵ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ଭାବରେ ପାଳନ କରାଯାଉଛି।

ଏହି ଅବସରରେ ଆଇଏଫ୍‌ଆଇ ଫାଉଣ୍ଡେସନ ପକ୍ଷରୁ ଡିଜିଟାଲ ମିଡିଆ ଅଭିଯାନ ‘ଚାଲ ପରିୟଡ୍‌ସ ବିଷୟରେ କଥା ହେବା’ ଆରମ୍ଭ ହୋଇଯାଇଛି। ଏହି ୧୦ ଦିନିଆ ଅଭିଯାନରେ ସହଯୋଗର ହାତ ବଢ଼ାଇଛନ୍ତି ଓଡ଼ିଶାଲାଇଭ୍ ଏବଂ ସ୍ଵାସ୍ଥ୍ୟପ୍ଲସ୍।

Tags: #LetsTalkPeriods # Menarche #PeriodFriendlyWorld #MHDay2024

LEAVE A REPLY

Please enter your comment!
Please enter your name here