ଓଡ଼ିଶାଲାଇଭ୍ ବ୍ୟୁରୋ
ପିରିୟଡସ ହେଉଛି ନାରୀ ଜୀବନର ଏକ ପ୍ରକୃତି ଓ ସ୍ୱାଭାବିକ ପ୍ରକ୍ରିୟା। କିନ୍ତୁ ପିରିୟଡସକୁ ନେଇ ଆଜି ବି ଖୋଲାଖୋଲି ଭାବେ ଆଲୋଚନା କରିବାକୁ ଅନେକ ଲାଜ ଏବଂ ସଙ୍କୋଚ କରନ୍ତି। ନିଜ ପ୍ରଥମ ପିରିୟଡସ ଅନୁଭୂତି ସମ୍ପର୍କରେ ଓଡ଼ିଶାଲାଇଭ୍କୁ କହିଛନ୍ତି ଆଙ୍କର ଅଙ୍କିତା ମହାନ୍ତି।
ଅଙ୍କିତା କୁହନ୍ତି, “ଯେତେବେଳେ ମୋର ପ୍ରଥମ ପିରିୟଡସ ହୋଇଥିଲା, ମୁଁ ଡରି ଯାଇଥିଲି। ଲାଗିଲା ମତେ ବୋଧେ କିଛି ରୋଗ ହୋଇଛି।”
ପରେ କିନ୍ତୁ ମା’ ଅଙ୍କିତାଙ୍କୁ ପିରିୟଡସ ବିଷୟରେ ବୁଝାଇଥିଲେ। ତା’ପରଠାରୁ ପିରିୟଡସକୁ ନେଇ ତାଙ୍କ ମନରେ ରହିଥିବା ଦ୍ଵନ୍ଦ୍ଵ ଦୂର ହୋଇଥିଲା ବୋଲି କହିଛନ୍ତି ଅଙ୍କିତା।
Tags: #MHDay2025 #LetsTalkPeriods #AnchorAnkitaMohanty #PeriodFriendlyWorld