ଓଡ଼ିଶାଲାଇଭ୍ ବ୍ୟୁରୋ
ପିରିୟଡସକୁ ନେଇ ଆଜି ବି ଖୋଲାଖୋଲି ଭାବେ ଆଲୋଚନା କରିବାକୁ ଅନେକ ସଙ୍କୋଚ କରନ୍ତି। ନିଜ ପିରିୟଡସ ଅନୁଭୂତି ସମ୍ପର୍କରେ ଓଡ଼ିଶାଲାଇଭ୍କୁ କହିଛନ୍ତି ଆଙ୍କର ଶୋଭନା ମିଶ୍ର।
ଶୋଭନା କୁହନ୍ତି, “ପିଲାବେଳେ ମା’ଙ୍କୁ ପିରିୟଡସ କଥା ପଚାରିଥିଲି। ସେ ତାଗିଦ କରି କହିଥିଲେ ଯେ, ତୁ ସେ ସବୁ ବଡ଼ ହେଲେ ବୁଝିବୁ। କିନ୍ତୁ ମୋ ଆଈ ମତେ ପିରିୟଡସ ବିଷୟରେ ବୁଝାଇଥିଲେ। ତେଣୁ ମୋର ପ୍ରଥମ ପିରିୟଡସ ସମୟରେ ମୁଁ ଡରି ଯାଇନଥିଲି।’’
ପିରିୟଡସ ନାରୀ ଜୀବନର ଏକ ପ୍ରକୃତି ଓ ସ୍ୱାଭାବିକ ପ୍ରକ୍ରିୟା ଏହାକୁ ନେଇ ଲାଜ କରିବା କିମ୍ବା ସଙ୍କୋଚ କରିବାର ଆବଶ୍ୟତା ନାହିଁ ବୋଲି ଶୋଭନା କୁହନ୍ତି।
Tags: #MHDay2025 #LetsTalkPeriods #ShovanaMishra #PeriodFriendlyWorld