ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ଚିନ୍ତାର କାରଣ ହୋଇଥିବା ବେଳେ ସୁସ୍ଥହାର ଏଥିରୁ ଆଶ୍ଵସ୍ଥି ଦେଉଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ରାଜ୍ୟରୁ ୧୦ ହଜାର ୮୮୧ ଜଣ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୫୫୯ ଜଣ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି। ଏହାପରେ ସୁନ୍ଦରଗଡ଼ରୁ ୧,୪୪୦ ଜଣ, କଟକରୁ ୮୩୩ ଜଣ, ଅନୁଗୁଳରୁ ୫୨୨ ଜଣ, ସମ୍ଵଲପୁରରୁ ୪୫୫ ଜଣ,   ବରଗଡ଼ରୁ ୪୧୧ ଜଣ, ମୟୂରଭଞ୍ଜରୁ ୩୮୫ ଜଣ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସେହିପରି କଳାହାଣ୍ଡିରୁ ୩୬୮ ଜଣ, ନୟାଗଡ଼ରୁ ୩୪୭ ଜଣ, ପୁରୀରୁ ୩୩ ଜଣ, ଗଞ୍ଜାମରୁ ୩୧୧ ଜଣ, ବାଲେଶ୍ଵରରୁ ୩୦୩ ଜଣ ବ୍ୟକ୍ତି କରୋନା ଯୁଦ୍ଧରେ ଜିତିଛନ୍ତି। ଏଥିସହ ଅନ୍ୟ ଜିଲ୍ଲାଗୁଡ଼ିକରୁ ମଧ୍ୟ ଶତାଧିକ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି।

ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୫ ଲକ୍ଷ ୬୭ ହଜାର ୩୮୨କୁ ବୃଦ୍ଧି ପାଇଛି।

Comment