ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସହରାଞ୍ଚଳ ଉଠାଦୋକାନୀଙ୍କ ପାଇଁ କୋଭିଡ୍‌ ସହାୟତା
  • ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୬କୋଟି ୨୯ଲକ୍ଷ ୭୧ହଜାର ମଞ୍ଜୁର
  • ଉପକୃତ ହେବେ ୮୬ହଜାର ୬୫୭ ଉଠାଦୋକାନୀ

ସହରାଞ୍ଚଳ ଉଠାଦୋକାନୀଙ୍କ ପାଇଁ କୋଭିଡ୍‌ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଞ୍ଜୁର ହୋଇଛି। କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଜନଜୀବନକୁ ପ୍ରଭାବିତ କରିଛି। ତେଣୁ ଏହି କଠିନ ସମୟରେ ଏଭଳି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ।ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ କାରଣରୁ ରାସ୍ତା କଡ଼ରେ ବ୍ୟବସାୟ କରୁଥିବା ଉଠାଦୋକାନୀମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ମାସ ମାସ ଧରି ସେମାନଙ୍କ ଦୋକାନ ବନ୍ଦ ରହିଛି। ଫଳରେ ସେମାନଙ୍କ ଜୀବନ ଓ ଜୀବିକା ଉପରେ ଏହାର ପ୍ରଭାବ ଗୁରୁତର ଭାବେ ପଡ଼ିଛି। ଏଭଳି ପରିସ୍ଥିତିରେ ଦୋକାନୀମାନଙ୍କ ଆର୍ଥିକ ସଙ୍କଟକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅର୍ଥରାଶି ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ରାଜ୍ୟର ପ୍ରାୟ ୮୭ହଜାର ୬୫୭ ଉଠାଦୋକାନୀ ଉପକୃତ ହେବେ। ସେହିପରି ସୋମବାର ସନ୍ଧ୍ୟା ୫ଟା ସମୟରେ ଦେଶବାସୀଙ୍କୁ ସମ୍ବୋଧନ କରି ମାଗଣା କରୋନା ଟିକା ଏବଂ ରାସନ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନା ସଂକ୍ରମଣରେ ବ୍ରେକ୍‌ ଲଗାଇବା ପାଇଁ ଓଡ଼ିଶାରେ ଜୁନ୍‌ ୧୭ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଏବଂ ସପ୍ତାହାନ୍ତ ସଟ୍‌ଡାଉନ୍‌ ବଳବତ୍ତର ରହିବ।

Comment