ଓଡ଼ିଶାଲାଇଭ୍‌ ବ୍ୟୁରୋ

କିନ୍ନରଙ୍କ ପାଇଁ ଖୁସି ଖବର। ଏଣିକି ଓଡ଼ିଶା ପୋଲିସରେ ନିଯୁକ୍ତି ପାଇପାରିବେ କିନ୍ନର। ଓଡ଼ିଶା ସରକାରଙ୍କ ଅଧୀନରେ ୪୭୭ ସବ ଇନ୍ସପେକ୍ଟର ଓ ୨୪୪ କନେଷ୍ଟବଳ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁଲାଇ ୧୫ ପର୍ଯ୍ୟନ୍ତ ଏହି ପଦବୀ ପାଇଁ ଆବେଦନର ସମୟସୀମା ଧାର୍ଯ୍ୟ କରାଯାଇଛି।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ବିଭିନ୍ନ କିନ୍ନର ସଙ୍ଘ ପକ୍ଷରୁ ସ୍ୱାଗତ କରାଯାଇଛି। ଏମିତିକି ସୋସିଆଲ ମିଡିଆରେ ଭିଡିଓ ଜାରି କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।ସେହିପରି ରାଉରକେଲାର ଜୟା ତ୍ରିପାଠୀ ନାମକ ଜଣେ କିନ୍ନର କହିଛନ୍ତି, “ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ ଓଡ଼ିଶା ସରକାର ଓ ଓଡ଼ିଶା ପୋଲିସ କିନ୍ନରମାନଙ୍କ ପାଇଁ ଏହି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ମୁଁ ଧନ୍ୟବାଦ ଜଣାଉଛି। ମୁଁ ବି ଏହି ପଦବୀ ପାଇଁ ଆବେଦନ କରିବି। ଏଥିସହ ମୁଁ କିନ୍ନର ଗୋଷ୍ଠୀଙ୍କୁ ନିବେଦନ କରୁଛି, ଯେଉଁମାନେ ଯୋଗ୍ୟ ସେମାନେ ଏହି ପଦବୀ ପାଇଁ ଆବେଦନ କରନ୍ତୁ। ”

LEAVE A REPLY

Please enter your comment!
Please enter your name here