ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ଥିବା ଓଡ଼ିଶାର ସମସ୍ତ କୀର୍ତ୍ତିରାଜି ଜୁନ୍ ୧୬ରେ ଖୋଲିବ। ଲକଡାଉନ୍ ପାଇଁ ଏଗୁଡ଼ିକ ବନ୍ଦ ରହିଥିଲା। ଆଜି ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ(ଏଏସଆଇ) ପକ୍ଷରୁ ଏନେଇ ସୂଚନା ମିଳିଛି। ତେବେ ଏଗୁଡ଼ିକ ଖୋଲିଲେ ମଧ୍ୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କୋଭିଡ୍ ନିର୍ଦ୍ଦେଶିକା ଅନୁସାରେ ପର୍ଯ୍ୟଟକଙ୍କୁ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ।

ମାର୍ଚ୍ଚ ୧୫ରୁ ରାଜ୍ୟର ପ୍ରମୁଖ ଏତିହ୍ୟସ୍ଥଳୀଗୁଡ଼ିକ ବନ୍ଦ ରହିଥିଲା। ଆସନ୍ତା ୧୬ ତାରିଖରୁ ବିଭାଗ ଅଧିନରେ ଥିବା ସମସ୍ତ ଐତିହ୍ୟସ୍ଥଳୀ ଓ ମ୍ୟୁଜିୟମଗୁଡ଼ିକ ଖୋଲିବ ବୋଲି ସୂଚନା ମିଳିଛି।

ଓଡ଼ିଶାରେ ପ୍ରାୟ ୮୦ଟି କୀର୍ତ୍ତିରାଜି କେନ୍ଦ୍ର ସରକାରଙ୍କ ଅଧୀନରେ ରହିଛି। କୋଣାର୍କ ମନ୍ଦିର ବ୍ୟତୀତ ରତ୍ନଗିରି ଓ ଲଳିତଗିରି ମଧ୍ୟ ଏଏସଆଇ ଅଧୀନରେ ରହିଛି। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ମଧ୍ୟ କେନ୍ଦ୍ର ସରକାରଙ୍କ କର୍ତ୍ତୃତ୍ୱରେ ରହିଛି।

LEAVE A REPLY

Please enter your comment!
Please enter your name here