ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନକୁ ଦିନ ଟୁଇନ ସିଟିରେ ଅପରାଧୀକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣରେ ଆଣିବା ପାଇଁ କମିସନରେଟ ପୋଲିସ ପକ୍ଷରୁ ଭିନ୍ନ ଭିନ୍ନ ପୟାସ ଜାରି ରହିଛି। ଏବେ ଅପରାଧୀମାନଙ୍କ ତଥ୍ୟ ରଖିବାକୁ କମିସନରେଟ ପୋଲିସ ପକ୍ଷରୁ ଆଉ ଏକ ନୂଆ ଯୋଜନା କରାଯାଇଛି। ଏଣିକି ପୋଲିସଠାରୁ ଖସିପାରିବେ ନାହିଁ ଅପରାଧୀ। ଏଥିପାଇଁ ପୋଲିସ ‘କୁଣ୍ଡଳୀ’ ଓ ‘ସନ୍ଧାନ’ ନାମରେ ଦୁଇଟି ଆପ ଲଞ୍ଚ କରିଛି। ଯେଉଁ ଆପରେ ଅପରାଧୀମାନଙ୍କର ସମସ୍ତ ତଥ୍ୟ ରହିବ। ଏହାର ଶୁଭାରମ୍ଭ କରିଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ।

‘କୁଣ୍ଡଳୀ’ ଆପରେ ଅପରାଧୀଙ୍କ ଅପରାଧ ରେକର୍ଡ ରହିବ। ସେହିପରି ‘ସନ୍ଧାନ’ ଆପରେ ପ୍ରପଟି ଅଫେନ୍ସର ସଂପୂର୍ଣ୍ଣ ତଥ୍ୟ ରହିବ । ମୋବାଇଲ ଓ ଗାଡି ଚୋରି ସମ୍ପର୍କିତ ଅପରାଧ ରୋକିବା ପାଇଁ ‘ସନ୍ଧାନ’ ଆପର ଶୁଭାରମ୍ଭ ହୋଇଛି। ଏହି ଆପକୁ ଆଗକୁ ଓଡ଼ିଶା ପୋଲିସ ୱେବସାଇଟ ସହ ଯୋଡାଯିବ ବୋଲି କହିଛନ୍ତି ପୋଲିସ କମିସନର। ବର୍ତ୍ତମାନ ଭୁବନେଶ୍ୱର ଡିସିପି ଅଫିସରୁ ଏହି ଆପକୁ ସଞ୍ଚାଳନ କରାଯିବ।

Comment