ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ ଟିକାକରଣ ଉପରେ ଗୁରୁତ୍ୱ ପ୍ରଦାନ କରିବାକୁ ଯାଇ ଓଡ଼ିଶା ସରକାର ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ଆଦେଶ ଅନୁଯାୟୀ ଯେଉଁ କର୍ମଚାରୀ ଦୁଇଟି ଡୋଜ୍ ନେଇ ସାରିଛନ୍ତି ସେମାନେ କାର୍ଯ୍ୟରେ ଯୋଗ ଦେବା ପାଇଁ ସରକାର ବାଧ୍ୟତାମୂଳକ କରିଛନ୍ତି। ସେହିପରି ସମସ୍ତ ସରକାରୀ ଅଫିସ ଏବେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି।

ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁସାରେ ଜରୁରୀ ସେବା ଯୋଗାଇ ଦେଉଥିବା ବିଭାଗର କର୍ମଚାରୀ ପୂରା ସଂଖ୍ୟାରେ କାର୍ଯ୍ୟ କରିବେ। ସେହିପରି ଯେଉଁମାନେ ଘରେ ରହି କାମ କରୁଛନ୍ତି ସେମାନେ ସବୁବେଳେ ସଜାଗ ରହିବେ। ‌ତେବେ ଦିବ୍ୟାଙ୍ଗ ଓ ଗର୍ଭବତୀ ମହିଳା କର୍ମଚାରୀମାନଙ୍କୁ ଘରୁ କାମ କରିବା ବା ଅଫିସ୍‌ ଆସି କାମ କରିବାରୁ ମୁକ୍ତ ରଖାଯାଇପାରେ ବୋଲି ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।ତେବେ କଟକ ଓ ଭୁବନେଶ୍ୱରରେ ସରକାରୀ କର୍ମଚାରୀ କେଉଁ ଭଳି କାମରେ ଯୋଗ ଦେବେ ତାହା ସମ୍ପୃକ୍ତ ବଭାଗର ମୁଖ୍ୟଙ୍କ ଉପରେ ଛାଡି ଦିଆଯାଇଛି।

Comment