ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନା ପରିସ୍ଥିତି ଓ ଜନସାଧାରଣଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଅନଲକ୍ ପ୍ରକ୍ରିୟାକୁ ଆପଣେଇଛନ୍ତି ରାଜ୍ୟ ସରକାର। ସରକାରୀ ତଥ୍ୟ ଅନୁସାରେ ବର୍ତ୍ତମାନ ରାଜ୍ୟର ୨୭ଟି ଜିଲ୍ଲାରେ ସଂକ୍ରମଣ କମ୍ ରହିଛି। କିନ୍ତୁ ଖୋର୍ଦ୍ଧା, ପୁରୀ ଓ କଟକ ଜିଲ୍ଲାରେ ସଂକ୍ରମଣ ଅନ୍ୟ ଜିଲ୍ଲା ତୁଳନାରେ ଅଧିକ ରହିଥିବାରୁ, ଏହି ଜିଲ୍ଲାମାନଙ୍କ ପାଇଁ ସ୍ଵତନ୍ତ୍ର ଗାଇଡଲାଇନ ପ୍ରସ୍ତୁତ କରାଯାଇଛି।ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ପ୍ରତିଦିନ ସମଗ୍ର ଖୋର୍ଦ୍ଧା ଜିଲ୍ଲାରୁ ଯେତିକି ସଂକ୍ରମିତ ଚିହ୍ନଟ ହେଉଛନ୍ତି, ସେମାନଙ୍କ ମଧ୍ୟରୁ ଭୁବନେଶ୍ଵର ଅଞ୍ଚଳର ଅଧିକ ରହୁଛନ୍ତି। ତେଣୁ ସମଗ୍ର ଖୋର୍ଦ୍ଧା ଜିଲ୍ଲା ପାଇଁ ନୂଆ ଗାଇଡଲାଇନ ଜାରି କରାନଯାଇ, କେବଳ ଭୁବନେଶ୍ଵର ପାଇଁ ଏହି ନିୟମ ଲାଗୁ କରାଯାଇଛି।

ଅନ୍ୟପଟେ ଭୁବନେଶ୍ଵର ରାଜ୍ୟର ରାଜଧାନୀ ହୋଇଥିବାରୁ, ପ୍ରତିଦିନ ଏଠାକୁ ଅନେକ ସଂଖ୍ୟକ ଲୋକଙ୍କ ଯିବାଆସିବା ଲାଗି ରହୁଛି। ତେଣୁ ସଂକ୍ରମଣ ବୃଦ୍ଧିର ଏହା ଏକ ପ୍ରମୁଖ କାରଣ ହୋଇଥାଇପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି।

ନୂଆ ଗାଇଡଲାଇନ ଅନୁସାରେ କ’ଣ ଖୋଲା/କ’ଣ ବନ୍ଦ

  • କଟକ, ଭୁବନେଶ୍ଵର, ପୁରୀରେ ସପ୍ତାହାନ୍ତ ସଟଡାଉନ୍ ଜାରୀ ରହିବ
  • ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ
  • ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ବଳବତ୍ତର
  • ଖୋଲା ରହିବ ମଲ୍, ସୁଇମିଙ୍ଗ ପୁଲ୍, ବାର୍, ରେସ୍ତୋରାଁ, ଢ଼ାବା
  • ୫୦ପ୍ରତିଶତ କ୍ଷମତା ବିଶିଷ୍ଟ ଲୋକଙ୍କୁ ନେଇ ଖୋଲିବ
  • ନନ୍ଦନକାନନ ଖୋଲିବାକୁ ଅନୁମତି
  • ପାର୍କ ଓ ସମୂଦ୍ର କୂଳ ଖୋଲିବ
  • ଆହାର କେନ୍ଦ୍ର ଖୋଲାରହିବ
  • ରାସ୍ତ କଡ଼ ଉଠା ଦୋକନରେ ଛିଡ଼ା ହୋଇ ଖାଇବାକୁ ଅନୁମତି
  • ବିଜୁଳି, ଜଳଯୋଗାଣ, ଡାକ୍ତରୀ ସେବା, ଟିକାକରଣ ପ୍ରକ୍ରିୟା ଜାରି ରହିବ
  • ଶନିବାର ଓ ରବିବାର ବନ୍ଦ ରହିବ ଦୋକାନ ବଜାର
  • ମଲ୍ ଏବଂ ହଲ୍ କୁ ଯାଉଥିବା ବରିଷ୍ଠ ନାଗରିକ ସାଙ୍ଗରେ ନେବେ ଟିକା ପ୍ରମାଣପତ୍ର

Comment