ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା କାରଣରୁ ମେ’ ମାସରୁ ବନ୍ଦ ରହିଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ଏବେ ରାଜ୍ୟରେ ସଂକ୍ରମଣ ସ୍ଥିତିରେ ସୁଧାର କାରଣରୁ କରୋନା କଟକଣା ଭିତରେ ଖୋଲିବା ପାଇଁ ନନ୍ଦନକାନନ କର୍ତ୍ତୁପକ୍ଷଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି।

କୋଭିଡ କଟକଣା ଭିତରେ ପର୍ଯ୍ୟଟକମାନେ ପ୍ରାଣୀ ଉଦ୍ୟାନ ବୁଲି ଦେଖିବେ। ଏଥିପାଇଁ ସରକାରଙ୍କ ତରଫରୁ ସ୍ଵତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁସାରେ ୧୦ ବର୍ଷରୁ କମ୍ ଓ ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ପ୍ରାଣୀ ଉଦ୍ୟାନ ଭିତରକୁ ପ୍ରବେଶ ନିମନ୍ତେ ବାରଣ କରାଯାଇଛି। ଏଥିସହ ପ୍ରବେଶ ପଥରେ ପର୍ଯ୍ୟଟକମାନଙ୍କ ସ୍କ୍ରିନିଂ ପାଇଁ ବ୍ୟବସ୍ଥା ରହିଛି। ଜ୍ଵର, ଥଣ୍ଡା କିମ୍ବା କାଶ ଭଳି ଲକ୍ଷଣ ଥିବା ପର୍ଯ୍ୟଟକଙ୍କ ଭିତରକୁ ଯିବାକୁ ଅନୁମତି ମିଳିବ ନାହିଁ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ନନ୍ଦନକାନନ ଖୋଲିବା ପ୍ରସଙ୍ଗରେ ସୋମବାର ପିସିସିଏଫ ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ତେବେ ନନ୍ଦନକାନନ ଖୋଲିବା ପୂର୍ବରୁ ବିଭିନ୍ନ ଏନକ୍ଲୋଜରଗୁଡ଼ିକ ବିଶୋଧନ କରାଯିବା ସହ ପଶୁ ପକ୍ଷୀଙ୍କ ପ୍ରତିଷେଧକ ବ୍ୟବସ୍ଥା, ପର୍ଯ୍ୟଟକଙ୍କ ପାଇଁ ପାନୀୟ ବ୍ୟବସ୍ଥା, ରାସ୍ତାଘାଟ ପରିଷ୍କାର, ଶୌଚାଳୟ ସୁବିଧା ଏବଂ ଟିକେଟ୍ କାଉଣ୍ଟରର ସ୍ଥିତି ଅନୁଧ୍ୟାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here