ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି ପ୍ରଶାନ୍ତ କିଶୋର। ଏହାପରେ ସେ କଂଗ୍ରେସରେ ସାମିଲ ହୋଇପାରନ୍ତି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି।

ଜୁଲାଇ ମାସରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ ବରିଷ୍ଠ କଂଗ୍ରେସ ନେତାମାନଙ୍କ ସହ ରାଜନୀତି ଚାଣକ୍ୟ ପ୍ରଶାନ୍ତ କିଶୋର ଗୋଟିଏ ପରେ ଗୋଟିଏ ବୈଠକ କରୁଥିବା ଦେଖିବାକୁ ମିଳିଥିଲା। ଏଥିସହ କଂଗ୍ରେସକୁ ପୁଣିଥରେ ଶାସନ ଗାଦିରେ ବସେଇବା ପାଇଁ ନିକଟରେ ଏକ ରୋଡ ମ୍ୟାପର ପ୍ରସ୍ତାବ ମଧ୍ୟ ଦେଇଥିଲେ ପ୍ରଶାନ୍ତ କିଶୋର। ଏଥିରୁ ଅନୁମାନ କରାଯାଉଛି ଯେ, ସେ ଖୁବଶୀଘ୍ର କଂଗ୍ରେସରେ ସାମିଲ୍ ହୋଇପାରନ୍ତି ଏବଂ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ସହିତ ଦଳର କୌଣସି ବଡ଼ ପଦର ଅଧିକାରୀ ମଧ୍ୟ ହୋଇପାରନ୍ତି।congressଅନ୍ୟପକ୍ଷରେ କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ କହିବା ମୁତାବକ, ପ୍ରଶାନ୍ତ କିଶୋରଙ୍କୁ ଦଳର ମହାସଚିବ ପଦ ମିଳିପାରେ। ଏଥିସହ ମୌସୁମୀ ଅଧିବେଶନ ସରିବା ପରେ ସେ ଦଳରେ ସାମିଲ ହୋଇପାରନ୍ତି।ନିକଟରେ ପ୍ରଶାନ୍ତ କିଶୋର ପଶ୍ଚିମଙ୍ଗରେ ଟିଏମସି ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରି ଦଳକୁ ଜିତାଇଛନ୍ତି। ୨୦୧୪ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଗାଦିରେ ବସାଇବା ପାଇଁ ଷ୍ଟାଟେର୍ଜୀ ବନାଇଥିଲେ ପ୍ରଶାନ୍ତ କିଶୋର। ଏଥିପାଇଁ ୨୦୧୩ରେ ସିଟିଜେନ୍‌ସ ଫର୍ ଆକାଉଣ୍ଟେବଲ ଗଭର୍ନାନ୍‌ସ (ସିଏଜି) ନାମରେ ପ୍ରଶାନ୍ତ ଏକ ମିଡିଆ ଏବଂ ପବ୍ଲିସିଟି କମ୍ପାନି ଆରମ୍ଭ କଲେ। ଏହି କମ୍ପାନି ଚାଏ ପେ’ ଚର୍ଚ୍ଚା, ରନ୍ ଫର୍ ୟୁନିଟି, ଥ୍ରୀଡି ରାଲି, ମନ୍ଥନ ଏବଂ ସୋସିଆଲ ମିଡିଆ ଜରିଆରେ ବିଭିନ୍ନ କ୍ୟାମ୍ପେନ କରି ମୋଦୀଙ୍କୁ ନିର୍ବାଚନୀ ବୈତରଣୀ ପାର୍ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ପ୍ରଶାନ୍ତ କିଶୋର।

Comment