ଓଡ଼ିଶାଲାଇଭ୍ ବ୍ୟୁରୋ

ଟୋକିଓରେ ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଟିମ୍। ଗୁରୁବାର ଖେଳାଯାଇଥିବା ମ୍ୟାଚରେ ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଜ ପଦକ। ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ଟିମ ଅଲିମ୍ପିକ୍ସରେ ମେଡାଲ ଜିତି ଦେଶକୁ ଗର୍ବିତ କରିଛି।

ଆଜିର ମ୍ୟାଚ ଆରମ୍ଭରେ ଭାରତୀୟ ଟିମ୍ ଏତେଟା ଭଲ ପ୍ରଦର୍ଶନ କରିନଥିଲା। କିନ୍ତୁ ଶେଷ ୨ମିନିଟରେ ଭଲ ପ୍ରଦର୍ଶନ କରି ୫-୪ରେ ଆଗୁଆ ରହି ମ୍ୟାଚ ଜିତିଥିଲା। ମ୍ୟାଚ ଜିତିବା ପରେ ଭାରତକୁ ବ୍ରୋଞ୍ଜ ପଦକ ମିଳିଛି।ଅଲିମ୍ପିକ୍ସରେ ଇତିହାସ ରଚିବା ପରେ ଭାରତୀୟ ପୁରଷ ହକି ଟିମକୁ ବିଭିନ୍ନ ଦିଗରୁ ଶୁଭେଚ୍ଛାର ସୁଅ ଛୁଟିଛି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟୁଇଟ କରି ଭାରତୀୟ ଟିମକୁ ଅଭିନନ୍ଦନ ଜଣାଇଛନ୍ତି।

ସେ ଲିଖିଛନ୍ତି, “ପ୍ରଫୁଲ୍ଲିତ ଭାରତ! ପ୍ରେରିତ ଭାରତ! ଗର୍ବିତ ଭାରତ! ଟୋକିଓରେ ଭାରତୀୟ ହକି ଦଳର ସାନନ୍ଦାର ଜିତ୍ ପୂରା ଦେଶ ପାଇଁ ଗର୍ବର ମୁହୂର୍ତ୍ତ। ଏ ହେଉଛି ନୂଆ ଭାରତ, ଆତ୍ମବିଶ୍ବାସରେ ପରିପୂର୍ଣ୍ଣ ଭାରତ। ବିଜୟ ପାଇଁ ହକି ଦଳକୁ ଶୁଭେଚ୍ଛା ଓ ଶୁଭକାମନା।”ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, “ବ୍ରିଲିଆଣ୍ଟ ଇନ୍ ବ୍ଲୁ। ଦୀର୍ଘ ୪୧ବର୍ଷ ପରେ ଅଲିମ୍ପିକ୍ସରେ ଭାରତକୁ ମେଡାଲ ଦେଇଥିବାରୁ ଭାରତୀୟ ପୁରୁଷ ହକି ଟିମକୁ ଅଭିନନ୍ଦନ। ଦଳର ଏହି ବିଜୟ ଅନ୍ୟ ଖେଳାଳିଙ୍କ ପାଇଁ ପ୍ରେରଣା ଯୋଗାଇବ।”

ସେହିପରି ପୂର୍ବତନ ହକି ଖେଳାଳି ତଥା ସାଂସଦ ଦିଲୀପ ତିର୍କି ମଧ୍ୟ ଏହାକୁ ଏକ ଐତିହାସିକ ବିଜୟ କହିବା ସହ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।

ଶେଷଥର ପାଇଁ ୧୯୮୦ମସିହାରେ ମସ୍କୋ ଅଲମ୍ପିକ୍ସରେ ଭାରତୀୟ ହକି ଟିମ ସେମିଫାଇନାଲରେ ପହଞ୍ଚିଥିଲା। ଆଉ ସେହି ବର୍ଷ ହିଁ ସ୍ୱର୍ଣ୍ଣ ପଦକ ଜିତିଥିଲା।

Comment