ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ଦ୍ଵିତୀୟ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ପୁରୀର ସିପସରୁବାଲି ଚୂଡ଼ାନ୍ତ ହୋଇଛି। ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ଏହି ସ୍ଥାନକୁ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ସବୁଜ ସଙ୍କେତ ମିଳିଛି।

ଏୟାର ପୋର୍ଟ ଅଥରିଟି ଅଫ ଇଣ୍ତିଆର ବୈଷୟିକ ଟିମ ପକ୍ଷରୁ ପ୍ରତିନିଧି ଦଳ ସ୍ଥାନ ନିରୂପଣ ପାଇଁ ଜୁନ ୨୩ ତାରିଖରେ ଓଡ଼ିଶା ଆସିଥିଲେ। ଦିଲ୍ଲୀ ଫେରିବା ପୂର୍ବରୁ ସିପସରୁବାଲି ହିଁ ବିମାନ ବନ୍ଦର ପାଇଁ ପ୍ରକୃଷ୍ଠ ଜାଗା ବୋଲି ମତ ଦେଇଥିଲେ। ଏବେ ବିଧିବଦ୍ଧ ଭାବେ ଏହି ସ୍ଥାନକୁ ଚୂଡ଼ାନ୍ତ କରାଯାଇଛି।

ପୁରୀରେ ବିମାନ ବନ୍ଦର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଜାନୁଆରି ପହିଲାରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ବିମାନବନ୍ଦରର ନାମ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ରଖିବା ପାଇଁ ଚିଠିରେ ପ୍ରସ୍ତାବ ଦେଇଥିଲେ।

Comment