ଓଡ଼ିଶାଲାଇଭ୍ ବ୍ୟୁରୋ

ଅଗଷ୍ଟ ୧୬ରୁ ଖୋଲିବ ସ୍ଵର୍ଗଦ୍ଵାର। କୋଭିଡ କଟକଣା ଭିତରେ ପୁରୀ ବାହାର ବାସିନ୍ଦା ସ୍ଵର୍ଗଦ୍ଵାରରେ ଶବ ସତ୍କାର କରିପାରିବେ। ଏନେଇ ଶନିବାର ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି।

ରାଜ୍ୟରେ କରୋନାର ଦ୍ଵିତୀୟ ଲହର ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲ ୧୬ରୁ ପୁରୀ ସ୍ଵର୍ଗଦ୍ଵାରରେ ଶବଦାହ ଉପରେ କଟକଣା ଲଗିଥିଲା। ଏବେ ସରକାରୀ ତଥ୍ୟ ଅନୁସାରେ ସଂକ୍ରମଣ ହାର ହ୍ରାସ ପାଉଥିବାରୁ ପୁଣିଥରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି।କରୋନା ସଙ୍କଟ ସମ୍ପୂର୍ଣ୍ଣ ରୂପେ ଟଳି ନଥିବାରୁ ଶବ ସତ୍କାର ପାଇଁ ସ୍ଵତନ୍ତ୍ର ଗାଇଡଲାଇନ୍ ପ୍ରସ୍ତୁତ ହୋଇଛି। ସମସ୍ତେ ଏହି ନିୟମ ମାନିବାକୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ଶବଦାହ ପାଇଁ ଗାଇଡଲାଇନ୍

  • କୋଭିଡ କଟକଣା ଭିତରେ ୧୦ଜଣ ଉପସ୍ଥିତ ରହିବେ
  • ଅଧିକ ସଂଖ୍ୟକ ବ୍ୟକ୍ତି ସ୍ଵର୍ଗଦ୍ଵାରରେ ଉପସ୍ଥିତ ରହିବାକୁ ବାରଣ କରାଯାଇଛି
  • ମୃତକଙ୍କ କୋଭିଡ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି
  • ସପ୍ତାହାନ୍ତ ସଟଡାଉନ ସମୟରେ ଶବଦାହ କରିବାକୁ ଅନୁମତି

Comment