ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରର ସ୍କୁଲ ଅଫ କମ୍ୟୁନିକେସନ, ଏକ୍ସଆଇଏମ ବିଶ୍ଵବିଦ୍ୟାଳୟ ପକ୍ଷରୁ ଭର୍ଚୁଆଲ ମାଧ୍ୟମରେ ବାର୍ଷିକ ମିଡିଆ ସମ୍ମିଳନୀ ‘ଏକ୍ସଟ୍ରାଅର୍ଡିନେୟାର ୨୦୨୧’ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀକୁ ବିଶ୍ୱବିଦ୍ୟାଳୟର ଡେପୁଟି ରେଜିଷ୍ଟ୍ରାର ଫା. ଏସ. ଆଣ୍ଟନି ରାଜ ଆନୁଷ୍ଠାନିକ ଭାବେ ଉଦଘାଟନ କରି ସମ୍ପ୍ରତି କରୋନା ମହାମାରୀ ସମୟରେ ସୋସିଆଲ ମିଡିଆର ଗୁରୁତ୍ଵ ସମ୍ବନ୍ଧରେ ଆଲୋଚନା କରିଥିଲେ। ବିଦ୍ୟାଳୟର ଡିନ ଡକ୍ଟର ଭି. ବିଜୟ କୁମାର ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ଏହି ସମ୍ମିଳନୀରେ ଅତିଥି ବକ୍ତାମାନଙ୍କ ମଧ୍ୟରେ ଥିଲେ ବ୍ରାଣ୍ଡ ସାପୋର୍ଟ ଆଣ୍ଡ କମ୍ୟୁନିକେସନ ଅଫ ଏମଆରଏଫ ଲିମିଟେଡର ମୁଖ୍ୟ ରାଣା ମାଥିଉ, ୮୨.୫ କମ୍ୟୁନିକେସନସର କ୍ରିଏଟିଭ୍ ମୁଖ୍ୟ ସଙ୍ଗୀତା ସମ୍ପଥ, ବାଙ୍ଗାଲୋରରେ ଗ୍ରୁପ୍ କ୍ରିଏଟିଭ ମୁଖ୍ୟ ଅର୍ଚ୍ଚିତା କାଶ୍ୟପ, ୟସ ରାଜ ଫିଲ୍ମସର କମ୍ୟୁନିକେସନ ପରାମର୍ଶଦାତା, ଏଣ୍ଟରଟେନମେଣ୍ଟ ଜରନାଲିଷ୍ଟ ତଥା ବ୍ଲଗର ବୌଦ୍ଧୟାନ ମୁଖାର୍ଜୀ, ସ୍ୱାଧୀନ ଫିଲ୍ମ ନିର୍ମାତା ଯାହାଙ୍କ କାର୍ଯ୍ୟ ମଧ୍ୟରେ ରହିଛି ତୀନକାହାନ(୨୦୧୪) ଏବଂ ଦା ଭାୟୋଲୀନ ପ୍ଲେୟର(୨୦୧୬)। କରୋନା ମହାମାରୀ ସମୟରେ ଏହି ବକ୍ତାମାନେ କିଭଳି ଅସୁବିଧାର ସମ୍ମୁଖୀନ ହୋଇଥିଲେ, ସେନେଇ ନିଜ ନିଜର ଅନୁଭୂତି କହିଥିଲେ। ଏଥିସହ ଏହି ସମ୍ମିଳନୀରେ ବ୍ରାଣ୍ଡ କମ୍ୟୁନିକେସନ, ବିଜ୍ଞାପନ, ସାମ୍ବାଦିକତା ଏବଂ ଫିଲ୍ମ ନିର୍ମାଣ ସମ୍ବନ୍ଧରେ ବିସ୍ତୃତ ଭାବରେ ଆଲୋଚନା ଏବଂ ପର୍ଯ୍ୟାଲୋଚନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସାରା ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକରୁ ୧୬୫ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏଥିସହ ଏକ୍ସଆଇଏମ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, କାର୍ଯ୍ୟରତ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ସମ୍ମିଳନୀକୁ ସ୍କୁଲ ଅଫ କମ୍ୟୁନିକେସନସ, ଏକ୍ସଆଇଏମ ବିଦ୍ୟାଳୟର ୟୁଜି ଏବଂ ପିଜି ଛାତ୍ରଛାତ୍ରୀମାନେ ସ୍ୱତନ୍ତ୍ର ଭାବେ ଆୟୋଜନ କରିଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ଡକ୍ଟର ଆର୍ପିତା ସାହା ଏହି ସମ୍ମିଳନୀକୁ ସଂଯୋଜନା କରିଥିଲେ।

Comment