ଓଡ଼ିଶାଲାଇଭ୍ ବ୍ୟୁରୋ

ପିପିଲି ବଳଙ୍ଗା ଥାନା ବିସ୍ଫୋରଣ ଘଟଣାରେ ଏସଆଇ ତଅପୋଇ ନାୟକଙ୍କୁ ନିଲମ୍ବନ କରାଯାଇଛି। ତାଙ୍କୁ ନିଲମ୍ବନ କରିଛନ୍ତି ପୁରୀ ଏସପି କନୱର ବିଶାଲ ସିଂ। କାର୍ଯ୍ୟରେ ଅବହେଳା ଦର୍ଶାଇ ତାଙ୍କ ବିରୁଦ୍ଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ତଦନ୍ତ ପରେ ନିଲମ୍ୱିତ କରାଯାଇଥିବା ନେଇ ପିପିଲି ଏସଡିପିଓ ଦେବଦତ୍ତ ବରାଳ ସୂଚନା ଦେଇଛନ୍ତି।

ସୋମବାର ରାତିରେ ଏସଆଇ ତଅପୋଇ ନାୟକ ବଳଙ୍ଗା ଥାନା ମାଲଖାନା ଦାୟିତ୍ଵରେ ଥିଲେ। ସେହି ଦିନ ବିଳମ୍ବିତ ରାତିରେ ବିସ୍ଫୋରଣ ଘଟିଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ମାଲଖାନାରେ ୨ରୁ ୩ ମାସ ହେବ ବିସ୍ଫୋରକ ରଖାଯାଇଥିଲା। ଯାହାଫଳରେ କି ବିସ୍ଫୋରଣ ଘଟିଥିଲା। କିନ୍ତୁ ସେହି ସମୟରେ ଥାନାରେ କୌଣସି ଅଧିକାରୀ ଉପସ୍ଥିତ ନଥିବାରୁ ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଥିଲେ।

ପରଦିନ ଖବର ପାଇ ଏହି ଘଟଣାର ସ୍ଥିତି ଅନୁଧ୍ୟାନ କରିଥିଲେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ। ତେବେ କ’ଣ ପାଇଁ ବିସ୍ଫୋରଣ ଘଟିଲା ସେନେଇ ଅଧିକ ତଦନ୍ତ କରାଯିବା ସହ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ଆଇଜି। ଉକ୍ତ ତଦନ୍ତ ଆଧାରରେ ଆଜି ଏସଆଇଙ୍କୁ ନିଲମ୍ବନ କରାଯାଇଛି।

Comment