ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ଇତିହାସରେ ଅକ୍ଟୋବର ୨ର ମହତ୍ତ୍ୱ ରହିଛି। କାରଣ ଆଜିର ଦିନରେ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଜନ୍ମ ଗ୍ରହଣ କରିଥିଲେ। ଶାସ୍ତ୍ରୀଜୀ ସିଧା ସାଧା, ସରଳ ସ୍ୱଭାବର ବ୍ୟକ୍ତି ଥିଲେ। ତାଙ୍କ ସ୍ୱାଭିମାନ, ସଚ୍ଚୋଟ ଗୁଣ ଯୋଗୁଁ ଆଜିବି ଲୋକ ତାଙ୍କୁ ମନେ ରଖିଛନ୍ତି।

ଦିନେ ଶାସ୍ତ୍ରୀଜୀ ଖାଦ୍ୟ ସଙ୍କଟ ଦୂର କରିବା ପାଇଁ ନିଜ ପିଲାମାନଙ୍କୁ ଗୋଟିଏ ଦିନ ଉପାସ ରଖିଥିଲେ। ଏହାପରେ ସେ ଦେଶବାସୀଙ୍କୁ ବି ଗୋଟିଏ ଦିନ ଉପାସ ରହିବାକୁ କହିଥିଲେ।

ପଣ୍ଡିତ ଜବାହରଲାଲ ନେହେରୁଙ୍କ ମୃତ୍ୟୁପରେ ୧୯୬୧, ଜୁନ ୯ରେ ଶାସ୍ତ୍ରୀଜୀ ଦେଶର ପ୍ରଧାନମନ୍ତ୍ରୀ ହେଲେ। ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳରେ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ୧୯୬୫ରେ ଦେଶରେ ଘୋର ଖାଦ୍ୟ ସଙ୍କଟ ଦେଖାଯାଇଥିଲା।

ଏହି ପରିସ୍ଥିତିରେ ଶାସ୍ତ୍ରୀଜୀ ଦେଶବାସୀଙ୍କୁ ସପ୍ତାହରେ ଗୋଟିଏ ଦିନ ଉପବାସ କରିବାକୁ ପରାମର୍ଶ ଦେଇଥିଲେ। ଏହି କାମ ସେ ପ୍ରଥମେ ନିଜ ପରିବାରଠୁ ଆରମ୍ଭ କରିଥିଲେ।

ଗୋଟିଏ ଦିନ ଶାସ୍ତ୍ରୀଜୀ ତାଙ୍କର ଛୋଟ ଛୋଟ ପିଲାଙ୍କୁ ଉପାସରେ ରଖିଥଲେ। ଏଭଳି କରି ଦେଖିଥିଲେ ଯେ ପିଲାମାନେ ଉପାସ ରହି ପାରୁଛନ୍ତି କି ନାହିଁ? ସେ ଦେଖିଥିଲେ ତାଙ୍କ ପିଲା ଗୋଟିଏ ଦିନ ଉପାସରେ ରହି ପାରୁଛନ୍ତି। ତା’ପରେ ସେ ଦେଶବାସୀଙ୍କୁ ଗୋଟିଏ ଦିନ ଉପାସରେ ରହିବାକୁ କହିଥିଲେ।

Comment