ଓଡ଼ିଶାଲାଇଭ୍‌ ବ୍ୟୁରୋMaha nabami puja

ଆଜି ମହାମାୟାଙ୍କ ମହାନବମୀ ପୂଜା। ସ୍ୱତନ୍ତ୍ର ମନ୍ତ୍ର, ତନ୍ତ୍ର, ପୂଜାରେ ମହିଷାମର୍ଦିନୀଙ୍କୁ କରାଯାଉଛି ଆବାହାନ। ଘଣ୍ଟ ଘଣ୍ଟା ଶବ୍ଦରେ କମ୍ପୁଛି ପୂଜା ମଣ୍ଡପ। କରୋନା କଟକଣା ପାଇଁ ଉତ୍ସବ ଫିକା ପଡ଼ିଥିଲେ ବି ରୀତିନୀତି ଅନୁସାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ଜଗତଜନନୀଙ୍କର ପୂଜା ଅର୍ଚ୍ଚନା।

ସକାଳେ ମା’ଙ୍କର ମହାସ୍ନାନ ପରେ ବଭିନ୍ନ ପାରମ୍ପରିକ ରୀତିନୀତିରେ ପୂଜା କରାଯାଉଛି। ପ୍ରତିବର୍ଷ ମା’ଙ୍କୁ ଦର୍ଶନ କରିବାକୁ ଏହି ଦିନ ଭକ୍ତଙ୍କ ଭିଡ଼ ଲାଗିଥାଏ। ହେଲେ ଚଳିତ ଥର କୋଭିଡ ଗାଇଡଲାଇନ୍‌ ଅନୁଯାୟୀ ବିନା ଭକ୍ତରେ ପୂଜାର ଆୟୋଜନ କରାଯାଇଛି। ଘରେ ରହି ମା’ଙ୍କୁ ଆରାଧନା କରୁଛନ୍ତି ଭକ୍ତ। ଫଳରେ ମଣ୍ଡପରେ କେବଳ ପୂଜକ ଓ ସୀମିତ ସଂଖ୍ୟାରେ ଆୟୋଜକମାନେ ହିଁ ପୂଜାରେ ସାମିଲ ହୋଇଛନ୍ତି।ଅନ୍ୟପଟେ ଦୁର୍ଗା ପୂଜା ପାଇଁ ପ୍ରସିଦ୍ଧ କଟକ ସହରରେ ଦଶରା’ ମାହୋଲ ଖାଁ ଖାଁ ପଡ଼ିଛି। ସରକାରଙ୍କ ନିୟମ ଅନୁସାରେ ପୂଜା ମଣ୍ଡପକୁ ତିନିପଟୁ ଆବଦ୍ଧ କରି ପୂଜାର୍ଚ୍ଚନା କରଯାଉଛି। ମହାନବମୀରେ ସହରର ବିଭିନ୍ନ ପୂଜା ମଣ୍ଡପରେ ଦହି ପଖାଳ, ମାଛ ଘାଣ୍ଟ ଆଦି ଭୋଗ କରାଯାଇ ଭକ୍ତମାନଙ୍କୁ ବଣ୍ଟା ଯାଇଥାଏ। କିନ୍ତୁ କରୋନା ପାଇଁ ଏଥର ସବୁ ଫିକା। ସେହିପରି ଭୁବନେଶ୍ୱର, ପୁରୀ, ରାଉରକେଲା, ସମ୍ବଲପୁର ଆଦି ସହରରେ ମଧ୍ୟ ନିରାଡମ୍ବର ସହ ମହାନବମୀ ପୂଜା କରାଯାଉଛି।

Comment