ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ପବିତ୍ର ଦଶହରା ବା ବିଜୟା ଦଶମୀ। ଏଥିପାଇଁ ଗାଁଠୁ ସହର ଉତ୍ସବମୁଖର ହୋଇ ଉଠିଛି। ବିଭିନ୍ନ ପୂଜାମଣ୍ଡପରେ କୋଭିଡ୍‌ କଟକଣା ଭିତରେ ମା’ଙ୍କର ପୂଜାର୍ଚ୍ଚନା କରାଯାଉଛି। ତନ୍ତ୍ର, ମନ୍ତ୍ର, ଚଣ୍ଡିପାଠ ଉଚ୍ଚାରଣରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ବିନା ଭକ୍ତରେ ପୂଜାମଣ୍ଡପଗୁଡ଼ିକ ଖାଁ ଖାଁ ଲାଗୁଛି।

କଟକ, ଭୁବନେଶ୍ୱର, ବାଲେଶ୍ୱର, ରାଉରକେଲା, ସମ୍ବଲପୁର, ପୁରୀ ଆଦି ସହରରେ ଦୁର୍ଗାପୂଜା ନିରାଡ଼ମ୍ବର ଭାବରେ ପାଳନ କରାଯାଉଛି। କରୋନା ମହାମାରୀ ପାଇଁ ଏବର୍ଷ ମୂର୍ତ୍ତିର ଉଚ୍ଚତା ୪ ଫୁଟ ଭିତରେ ସୀମିତ ରଖାଯାଇଛି। କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉ ନାହିଁ। ପୂଜା କମିଟିର କେତେକ କର୍ମକର୍ତ୍ତାଙ୍କୁ ନେଇ ପାରମ୍ପରିକ ରୀତିରେ ପୂଜା ଚାଲିଛି।

ବିଜୟା ଦଶମୀରେ ଅଧର୍ମ ଉପରେ ଧର୍ମର ବିଜୟ ଏବଂ ଅସତ୍ୟ ଉପରେ ସତ୍ୟର ଜୟ ହୋଇଥିଲା। ଆଜିର ଦିନରେ ରାମ ରାବଣକୁ ବଦ୍ଧ କରି ବିଜୟ ଲାଭ କରିଥିଲେ। ଏଥିପାଇଁ ଆଜିର ଦିନକୁ ବିଜୟା ଦଶମୀ ରୂପେ ପାଳନ କରାଯାଏ।

Comment