ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁଚର୍ଚ୍ଚିତ ମନୀଷ ଅନୁରାଗଙ୍କ ମୃତ୍ୟୁ ଘଟଣାରୁ ପରଦା ଉଠାଇଛି କମିସନରେଟ ପୋଲିସ। ମନୀଷଙ୍କୁ ଯୋଜନାବଦ୍ଧ ଭାବେ ତାଙ୍କ ସାଙ୍ଗମାନେ ହତ୍ୟା କରିଛନ୍ତି ବୋଲି ପୋଲିସ ସ୍ପଷ୍ଟ କରିଦେଇଛି। ହତ୍ୟାକାରୀ ସାଙ୍ଗମାନଙ୍କୁ  ପୋଲିସ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଉଛନ୍ତି ଭୁବନେଶ୍ୱରର ଅମ୍ରିତ ବିଶ୍ୱାଳ, କନ୍ଧମାଳର ଦିନେଶ ମହାପାତ୍ର ଓ ମୃତ୍ୟୁଞ୍ଜୟ ମିଶ୍ର। ଏନେଇ ସାମ୍ବାଦିକ ସମ୍ମିଳନୀ କରି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

ଟଙ୍କା ପାଇଁ ଗଲା ଜୀବନ

ପାତ୍ରପଡାର ଏକ ହୋଟେଲକୁ ମନୀଷ ଏବଂ ତାଙ୍କର ତିନି ଜଣ ସାଙ୍ଗ ପାର୍ଟି କରିବା ପାଇଁ ଯାଇଥିଲେ। ହୋଟେଲରେ ବିଲ ପେମେଣ୍ଟକୁ ନେଇ ୪ଜଣଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା । ହୋଟେଲରୁ ବାହାରକୁ ଆସିବା ପରେ ମଧ୍ୟ ତାଙ୍କ ମଧ୍ୟରେ ଝଗଡା ହୋଇଥିଲା। ସାଙ୍ଗମାନେ ମିଶି ମନୀଷଙ୍କୁ ଆକ୍ରମଣ କରିଥିଲେ। ସାଙ୍ଗମାନଙ୍କ ମାଡ଼ରେ ଘଟଣାସ୍ଥଳରେ ହିଁ ମନୀଷଙ୍କ ମୃତ୍ୟୁ ହୋଇଯାଇଥିଲା। ମନୀଷଙ୍କ ମୃତ୍ୟୁ ହୋଇଯାଇଥିବା ଦେଖି ସାଙ୍ଗମାନେ ପ୍ରମାଣ ନଷ୍ଟ କରିବା ପାଇଁ ମନୀଷଙ୍କ ମୃତଦେହକୁ ନିକଟରେ ଥିବା ଏକ ଫୋଖରୀରେ ଫିଙ୍ଗି ଦେଇଥିଲେ। ଅନ୍ୟପଟେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମାମଲାର ଅଧିକ ତଥ୍ୟ ମିଳିବ ବୋଲି ପୋଲିସ କହିଛି।

ନଭେମ୍ବରରେ ବାହା ହୋଇଥାନ୍ତେ ମନୀଷ

ମନୀଷ ହେଉଛନ୍ତି ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ। ସେ ପଟିଆ ଶ୍ରୀ ବିହାର ଅଞ୍ଚଳରେ ପରିବାର ସହ ରହୁଥିଲେ। ନଭେମ୍ବରରେ ତାଙ୍କର ବିବାହ ହେବାର ଥିଲା। ତେବେ ସେ ଅକ୍ଟୋବର ୯ ତାରିଖରେ ଇନଫୋସିଟି ଅଂଚଳକୁ ଯାଇଥିଲ। ସେଠାରେ କାର ଥୋଇ ସାଙ୍ଗଙ୍କ ସହ ପାତ୍ରପଡ଼ା ଯାଇଥିଲେ। ବିଳମ୍ବିତ ରାତି ଯାଏଁ ଘରକୁ ନଫେରିବାରୁ ପରିବାର ଲୋକେ ଫୋନ୍‌ କରିଥିଲେ। ସେତେବେଳେ ମନୀଷ ଫୋନ ଉଠାଇ ତାଙ୍କ ମା’ଙ୍କୁ ପଇସା ପଠାଇବାକୁ କହିଥିଲେ। ତାଙ୍କ ମା’ ତାଙ୍କ ୮ ହଜାର ଟଙ୍କା ପଠାଇଥିଲ। ମନୀଷ ଅଧ ଘଣ୍ଟାରେ ପହଞ୍ଚିବେ ବୋଲି କହିଥିଲେ। ମାତ୍ର ପହଞ୍ଚିନଥିଲେ। ତା’ ଫୋନ ରିଙ୍ଗ୍‌ ହୋଇଥିଲା, କିନ୍ତୁ ମନୀଷ ଫୋନ ଉଠାଇନଥିଲେ। ପରଦିନ ଘର ଲୋକ ବହୁତ ଖୋଜାଖୋଜି କରିବା ପରେ ଥାନରେ ଅଭିଯୋଗ କରିଥିଲେ।

ପୋଲିସ ଖୋଜାଖୋଜି କରିବା ପରେ ଇନଫୋସିଟିସ୍ଥିତ ଏକ ଆଇସକ୍ରିମ ପାର୍ଲରରୁ ମନୀଷଙ୍କ କାର୍‌ ମିଳିଥିଲା।ତା’ପରେ ପାତ୍ରପଡ଼ା ନିକଟସ୍ଥ ଏକ ପୋଖରୀରୁ ତାଙ୍କ ମୃତଦେହ ମିଳିଥିଲା।

LEAVE A REPLY

Please enter your comment!
Please enter your name here