ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇଟିସି ହୋଟେଲ୍ସ ପକ୍ଷରୁ ରାଜଧାନୀ ଭୁବନେଶ୍ଵରରେ ‘ଓ୍ଵେଲକମ୍‌ହୋଟେଲ’ର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ହୋଟେଲ ଦ୍ଵାରା ରାଜ୍ୟର ପର୍ଯ୍ୟଟନ ଶିଳ୍ପ ଅଧିକ ସମୃଦ୍ଧ ହୋଇ ପାରିବ ବୋଲି ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି।“ଆଇଟିସି ବର୍ଷ ବର୍ଷ ଧରି ଆଇକନିକ ହୋଟେଲ ପ୍ରପର୍ଟି ନିର୍ମାଣ କରିଛି, ଯାହା ଭାରତର ପର୍ଯ୍ୟଟନ ଶିଳ୍ପକୁ ସମୃଦ୍ଧ କରିବାକୁ ସକ୍ଷମ ହେବ। ଏହି କ୍ରମରେ ଆଜି ଭୁବନେଶ୍ଵରରେ ଓ୍ଵେଲକମ୍‌ହୋଟେଲର ଶୁଭାରମ୍ଭ ହୋଇଛି। ଏହା ଓଡ଼ିଶାର ପର୍ଯ୍ୟଟନ ଶିଳ୍ପରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିବାକୁ ସକ୍ଷମ ହେବ ବୋଲି ଆମେ ଆଶା ରଖିଛୁ।”, କହିଥିଲେ ଆଇଟିସି ଲିମିଟେଡ୍‌ର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ପୁରୀ।

ସେହିପରି ଆଇଟିସି ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନକୁଳ ଆନନ୍ଦ କହିଥିଲେ, “ଓଡ଼ିଶା ଭଳି ଏକ ସଂସ୍କୃତି ସମୃଦ୍ଧ ରାଜ୍ୟରେ ୱେଲକମ୍‌ହୋଟେଲ ଭଳି ଏକ ବିଶ୍ଵସ୍ତରୀୟ ହୋଟେଲର ଶୁଭାରମ୍ଭ କରିବା ଆଇଟିସି ହୋଟେଲ୍ସ ପାଇଁ ଏକ ଗର୍ବର ବିଷୟ। ଅନ୍ତର୍ଜାତୀୟ ସ୍ତରରେ ‘ୱେଲକମ୍‌ହୋଟେଲ ଭୁବନେଶ୍ୱର’ ଆମର ମାନ୍ୟତାକୁ ବିକଶିତ କରିବା ସହ ଭାରତୀୟ ଆତିଥ୍ୟତାର ସଂସ୍କୃତିକୁ ପ୍ରତିଫଳିତ କରିବାକୁ ସକ୍ଷମ ହେବ।ଭୁବନେଶ୍ୱରର ଡୁମ୍‌ଡୁମାଠାରେ ଏହି ହୋଟେଲ ଅବସ୍ଥିତ। ଯୋଗାଯୋଗ ଦୃଷ୍ଟିରୁ ଦେଖିଲେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରଠାରୁ ଏହାର ଦୂରତା ମାତ୍ର ୮ କିଲୋମିଟର। ମନ୍ଦିରମାଳିନୀ ସହର ଭୁବନେଶ୍ଵରରେ ହୋଟେଲଟିକୁ ନିର୍ମାଣ କରାଯାଇଥିବାରୁ ଏହାର ଡିଜାଇନକୁ ମଧ୍ୟ ଓଡ଼ିଶାର ସଂସ୍କୃତି ଓ ସ୍ତାପତ୍ୟ ଆଧାରରେ ଡିଜାଇନ କରାଯାଇଛି। ହୋଟେଲର ଛାତକୁ ଓଡ଼ିଶାର ପଥର କଳା ଦ୍ଵାରା ଆକର୍ଷଣୀୟ କରାଯାଇଛି। ସେହିପରି ଏଠାରେ ଓଭରହ୍ୟାଙ୍ଗସ୍, ସ୍କଭରର୍ଡ ୱାକ୍ ୱେ ଏବଂ ବଡ଼ ଉଦ୍ୟାନ ଆଦି ରହିଛି।ଓ୍ଵେଲକମ୍‌ହୋଟେଲରେ ଏକ ପ୍ରେସିଡେନ୍ସିଆଲ୍ ସୁଟ, ୩ ଏକ୍ସକ୍ୟୁଟିଭ୍ ସୁଟ ଏବଂ ୪ ଜୁନିଅର ସୁଟ୍ ସମେତ ୧୦୭ ଗେଷ୍ଟ୍ ରୁମ୍ ରହିଛି। ସେହିପରି ଅତିଥିମାନଙ୍କ ପାଇଁ ଏଠାରେ ଏକ ସୁସଜ୍ଜିତ ଜିମ୍ନାସିୟମ ଏବଂ କେ ବାଏ କାଲପ ସ୍ପା ଆଦି ରହିଛି।

Comment