ଓଡ଼ିଶାଲାଇଭ୍ ବ୍ୟୁରୋ

ଏଥର ଦୀପାବଳିରେ ଗ୍ରୀନ କ୍ରାକର ବା ସବୁଜ ବାଣ ଫୁଟାଇବାକୁ ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। ତେବେ ଅନେକ ଲୋକଙ୍କ ମନରେ ଏବେ ପ୍ରଶ୍ନ ଉଠୁଛି ଏହି ସବୁଜ ବାଣ କ’ଣ? ପାରମ୍ପରିକ ବାଣଠାରୁ ଏହା କିପରି ଭିନ୍ନ? ଆସନ୍ତୁ ଏହି ରିପୋର୍ଟରୁ ସେ ବିଷୟରେ ଜାଣିବା।

ସବୁଜ ବାଣ କ’ଣ?

ଯେଉଁ ବାଣଗୁଡ଼ିକ ଇକୋ ଫ୍ରେଣ୍ଡ୍‌ଲି ବା ପରିବେଶ ପାଇଁ ଅନୁକୂଳ ତାହାକୁ ଗ୍ରୀନ୍ କ୍ରାକର ବା ସବୁଜ ବାଣ କୁହାଯାଏ। ଏହି ବାଣ ତିଆରିରେ ପ୍ରଦୂଷଣ ସୃଷ୍ଟି କରୁଥିବା କଞ୍ଚାମାଲ୍ କମ୍ ପରିମାଣରେ ବ୍ୟବହାର ହେଉଥିବାରୁ ଏହାକୁ ଫୁଟାଇବା ଦ୍ଵାରା ପରିବେଶ ପ୍ରଦୂଷଣ ଅପେକ୍ଷାକୃତ କମ୍ ହୋଇଥାଏ। କାଉନ୍‌ସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍) ପକ୍ଷରୁ ଏହା ବିକଶିତ ହୋଇଛି।ପାରମ୍ପରିକ ବାଣଠାରୁ ସବୁଜ ବାଣ କିପରି ଭିନ୍ନ?  

ସବୁଜ ବାଣରେ ଥିବା କେମିକାଲ୍ କମ୍ପୋଜିସନ୍ ପାଇଁ ଏହା ଜଳିବା ପରେ ମଧ୍ୟ କମ୍ ଧୂଆଁ ସୃଷ୍ଟି ହୋଇଥାଏ। ସେହିପରି ସବୁଜ ବାଣରେ ଆର୍ସେନିକ୍, ଲିଥିୟମ୍, ବାରିୟମ୍ ଭଳି କ୍ଷତିକାରକ କେମିକାଲ୍ ନଥାଏ। ତେଣୁ ପରିବେଶ ପାଇଁ ଏହା ଅଧିକ କ୍ଷତିକାରକ ନୁହେଁ।ପାରମ୍ପରିକ ବାଣ ଫୁଟିବା ପରେ ସେଥିରୁ କେବଳ ସ୍ମଗ୍ ବା ଧୂଆଁ ବାହାରି ଥାଏ, ଯାହା ସିଧାସଳଖ ବାୟୁମଣ୍ଡଳରେ ମିଶିଥାଏ। କିନ୍ତୁ ସବୁଜ ବାଣ ଫୁଟିବା ପରେ ସେଥିରୁ ସ୍ମଗ୍ ସହିତ ଫଗ୍ ବାହାରି ଥାଏ। ଏହାଦ୍ଵାରା ଧୂଆଁଗୁଡ଼ିକ ବସିଯାଏ। ତେଣୁ ପାରମ୍ପରିକ ବାଣ ତୁଳନାରେ ସବୁଜ ବାଣରେ ୩୦ ପ୍ରତିଶତ କମ୍ ବାୟୁ ପ୍ରଦୂଷଣ ହୋଇଥାଏ।

ସେହିପରି ପାରମ୍ପରିକ ବାଣ ତୁଳନାରେ ସବୁଜ ବାଣରେ ଅଳ୍ପ ମାତ୍ରାରେ ଆଲୁମିନିୟମ୍ ବ୍ୟବହୃତ ହୋଇଥାଏ। ତେଣୁ ପାରମ୍ପରିକ ବାଣ ଫୁଟିଲେ ୧୬୦ ଡେସିବିଲ୍‌ର ଶବ୍ଦ ହେଉଥିବା ବେଳେ ସବୁଜ ବାଣରେ ୧୧୦-୧୨୫ ଡେସିବିଲ୍‌ର ଶବ୍ଦ ବାହାରିଥାଏ, ଯାହାଦ୍ଵାରା ଶବ୍ଦ ପ୍ରଦୂଷଣ ଅପେକ୍ଷାକୃତ କମ୍‌ ହୋଇଥାଏ।କେଉଁ ବାଣ ସବୁ ସବୁଜ ବାଣ?

  • କୁମ୍ପି ବାଣ ବା ଗଛ ବାଣ (ଅନାର୍)
  • ଚକ୍ରି ବାଣ
  • ଛୋଟ ବମ୍‌ବ
  • ସ୍ପାର୍କଲର୍ସ ବା ଝୁର୍‌ଝୁରି ବାଣ
  • ପେନସିଲ୍ ବାଣ

Comment