ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୀତଦିନେ ଶୁଷ୍କ ଜଳବାୟୁ କାରଣରୁ ପ୍ରାୟ ଲୋକଙ୍କର ତ୍ୱଚା ଏବଂ କେଶ ଜନିତ ସମସ୍ୟା ଦେଖାଦେଇଥାଏ। କିଛି ଲୋକଙ୍କର ଏହି ଥଣ୍ଡା ଜଳବାୟୁରେ ମୁହଁ ଏବଂ ଓଠ ଫାଟିଯାଇଥାଏ। ଓଠ ଫାଟିବା ସହ ଓଠରୁ ରକ୍ତ ମଧ୍ୟ ବାହାରିଥାଏ। ଏଭଳି ପରିସ୍ଥିତିରେ ଦେଶୀ ଉପାୟ ଆପଣେଇ ଏଥିରୁ ଛୁଟକାରା ପାଇ ପାରିବେ।

ରାତିରେ ଶୋଇବା ବେଳେ ନାଭିରେ ସୋରିଷ ତେଲ ପକାନ୍ତୁ। ଏଭଳି ପ୍ରତିଦିନ କରନ୍ତୁ, ଓଠ ନଫାଟି ଚିକ୍କଣ ହେବ।

ଲହୁଣୀ ସବୁଠୁ ପୁରୁଣା ଦେଶୀ ଉପାୟ। ଲହୁଣୀକୁ ଓଠରେ ୧୦ ମିନିଟ୍‌ ଯାଏଁ ଲଗାଇ ରଖନ୍ତୁ। ୧୦ ମିନିଟ୍‌ ପରେ ତୁଳା ସାହାଯ୍ୟରେ ପୋଛି ଦିଅନ୍ତୁ। ଏହାକୁ ପ୍ରତିଦିନ ଦୁଇଥର ଲଗାନ୍ତୁ ଉପଶମ ମିଳିବ।

ମହୁ ସହ ଗ୍ଲିସେରିନ୍‌ ମିଶାଇ ଏହାକୁ ଓଠରେ ଲଗାଇ ହାଲକା ମାଲିସ କରନ୍ତୁ। ଓଠରୁ ରକ୍ତ ବାହାରୁଥିଲେ ଏହା ଜଲଦି କାମ କରିବ।

ଘିକୁଆଁରୀର ରସକୁ ଓଠରେ ଲଗାନ୍ତୁ। ଏହା ଓଠକୁ କୋମଳ କରିବା ସହ ଫଟା ଓଠ ପାଇଁ ଭଲ କାମ କରିବ। ଏହାସହ ଓଠରୁ କଳାଦାଗକୁ ଦୂର କରିବ।

Comment