ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ଚିନ୍ତା ଓ ଚେତନା’ର ୪୩ତମ ବର୍ଷା ମହୋତ୍ସବ ନଭେମ୍ବର ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଭୁବନେଶ୍ଵରସ୍ଥିତ ରବୀନ୍ଦ୍ର ମଣ୍ଡପରେ ସନ୍ଧ୍ୟା ୪.୩୦ରୁ ଆରମ୍ଭ ହେବ। କାର୍ଯ୍ୟକ୍ରମକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଦ୍‌ଘାଟନ କରିବେ। ଏହାସହ ସେ ପ୍ରତିଭାଧାରୀମାନଙ୍କୁ ରାଷ୍ଟ୍ରୀୟ ପୁରସ୍କାର ପ୍ରଦାନ କରିବେ।

ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ, ଗୃହ ମନ୍ତ୍ରାଳୟ ତଥା ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ୨୦ ଜଣଙ୍କୁ ରାଷ୍ଟ୍ରୀୟ ସମ୍ମାନ ଦିଆଯିବ। ସେହିପରି ଦୈନିକ ଖବର କାଗଜ ‘ସମାଜ’ର ୧୦୨ ପୂର୍ତ୍ତି ଅବସରରେ ଏହାକୁ ‘ନୀଳଚକ୍ର ସମ୍ମାନ’ ଦିଆଯିବ।

ଦେଶର ନାମକାରୀ ନୃତ୍ୟ ଓ ସଙ୍ଗୀତ ଶିଳ୍ପୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭାରତୀୟ କଳା ଓ ସଂସ୍କୃତିର ଉପସ୍ଥାପନ ଓ ପ୍ରସାର ପାଇଁ ଗତ ଦୀର୍ଘ ବର୍ଷ ଧରି ‘ଚିନ୍ତା ଓ ଚେତନା’ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛି ବୋଲି ଅନୁଷ୍ଠାନର ମହାସଚିବ ସୁରେନ୍ଦ୍ର ଦାସ କହିଛନ୍ତି।

ଓଡ଼ିଶାଲାଇଭ୍‌ ‘ଚିନ୍ତା ଓ ଚେତନା’ର ବର୍ଷା ଉତ୍ସବର ଡିଜିଟାଲ ମିଡିଆ ପାର୍ଟନର ରହିଛି ।

Comment