ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତାକାଲି ପ୍ରଥମାଷ୍ଟମୀ। ଏହି ଅବସରରେ ପ୍ରତି ଓଡ଼ିଆ ଘରେ ପ୍ରସ୍ତୁତ ହୋଇଥାଏ ଏକ ସ୍ୱତନ୍ତ୍ର ପିଠା, ଯାହା କେବଳ ବର୍ଷକୁ ଥରେ ଅଷ୍ଟମୀ ଅବସରରେ ହିଁ ହୋଇଥାଏ। ହଳଦୀ ପତ୍ରରେ ପ୍ରସ୍ତୁତ ପିଠାକୁ ଏଣ୍ଡୁରି ପିଠା ବୋଲି କୁହାଯାଏ। ତେବେ ଏଣ୍ଡୁରି ପିଠାକୁ ନରମ ଓ ସ୍ୱାଦିଷ୍ଟ କରିବା ପାଇଁ ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରସ୍ତୁତି ପ୍ରଣାଳୀ।

ଆବଶ୍ୟକ ସାମଗ୍ରୀ

ପିଠା ଚାଉଳ

ବିରି

ନଡ଼ିଆ କୋରା, ଗୁଡ଼, ଛେନା, ଗୁଜୁରାତି, ଗୋଲମରିଚ, ଲୁଣ, ହଳଦୀ ପତ୍ର, ଅଳେଇଚ ଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ପିଠା ଚାଉଳ ଓ ବିରିକୁ ଅଲଗା ଅଲଗା ପାତ୍ରରେ କିଛି ସମୟ ପାଇଁ ପାଣିରେ ବତୁରାଇ ଦେବେ। ଭଲରେ ଏହି ସବୁ ବତୁରିଗଲା ପରେ ଏହାକୁ ଅଲଗା ଅଲଗା ଗ୍ରାଇଣ୍ଡିଂ କରିଦେବେ। ମନେ ରଖିବେ ଗ୍ରାଇଣ୍ଡିଂ କଲା ବେଳେ ବେଶୀ ପାଣି ଦେବେ ନାହିଁ। କାରଣ ଏଣ୍ଡୁରି ପିଠା ପାଇଁ ବହଳିଆ ପିଠଉ ଦରକାର ପଡ଼ିଥାଏ। ଗ୍ରାଇଣ୍ଡିଂ କରିବା ପରେ ବିରି ଓ ଚାଉଳ ବଟାକୁ ଭଲ ଭାବେ ମିଶ୍ରଣ କରିଦେବେ। ପିଠଉକୁ ଫୁଲିବା ପାଇଁ। ୬/୮ ଘଣ୍ଟା ଖାଇବା ସୋଡ଼ା ଓ ଲୁଣ ପକାଇ ଛାଡ଼ି ଦେବେ।

ଏହାପରେ ପିଠା ପାଇଁ ପୂର ପ୍ରସ୍ତୁତ କରିବେ। ନଡ଼ିଆ କୋରା, ଛେନା, ଗୁଡ଼, ଅଳେଇଚ ଓ ଗୋଲ ମରିଚ ଗୁଣ୍ଡ ମିଶାଇ ପୂର ପ୍ରସ୍ତୁତ କରିବେ। ତା’ପରେ ଅଥାର ଗଢ଼ିବେ। ପୂର୍ବରୁ ମାଟିହାଣ୍ଡିରେ ବଡ଼ ସୁନ୍ଦର ଭାବେ ଆମ ଜେଜେମା’ମାନେ ଅଥାର କରୁଥିଲେ। ଆଜିକାଲି ଆଉ ଅଥାର ନାହିଁ, ଇଟିଲି ଛାଞ୍ଚରେ ହଳଦୀ ପତ୍ରରେ ରଖି ପିଠାକୁ ସିଝାଇ ଦେବେ।

Comment